ଅପରାଧବାଣିଜ୍ୟମୁଖ୍ୟ ଖବର ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା Angul OnlineJanuary 14, 2021January 14, 2021 ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ ଚାଢାଉ କରିବା ସହ ୨୭ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ସୂଚନା ଅନୁସାରେ ସହରରେ ଗଢି ଉଠିଥିବା ସୁନାଗହଣା ଦୋକାନ ଗୁଡିକରେ କାହାର ବୈଧ ଲାଇସେନ୍ସ ନଥିବା ବେଳେ କାହାର ମାପ ଓ ଓଜନ ସଠିକ ରହୁ ନାହିଁ । ଆଉ କିଛି ଦୋକାନରେ ସୁନା , ରୂପା ଦରର ସାରଣୀ ରହୁ ନାହିଁ । ଏହା ସହ କେତେକ ଦୋକାନରେ ଗହଣାରେ ଲାଗିଥିବା ଟ୍ୟାଗର ଓଜନ ସହିତ ପ୍ରକୃତ ଓଜନ ମେଳ ଖାଉ ନାହିଁ । ଗରାଖ ମାନଙ୍କଠାରୁ ଏଭଳି ଅଭିଯୋଗ ପାଇ ଏନଫୋର୍ସମେଣ୍ଟ ସ୍କ୍ବାଡ ସହରର ୧୩ ଟି ଦୋକାନରେ ଚଢାଉ କରିଥିଲା । ଏହା ଭିତରୁ ୭ ଟି ଦୋକାନରେ ଅନିୟମିତତା ଧରା ପଡିଥିଲା । ଉକ୍ତ ୭ ଟି ଦୋକାନକୁ ନୋଟିସ ଦିଆଯିବା ସହ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । Advertisement
ବନବିଭାଗରେ ଭିଜିଲାନ୍ସର ଛାନଭିନ – ଖୋଜୁଛି ବାଉଁଶ ବୁଦା ଅନୁଗୁଳ – ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଅ ଯାଇଛି । ବାଉଁଶ ପୂର୍ଣ୍ଣଜନନ ରେ ହେରଫେର ନେଇ…
ବନ୍ଦେ ଭାରତକୁ ପଥର ମାରି ଦୁଇ ଗିରଫ ଅନୁଗୁଳ – ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍ ମଝିରେ ଗତ ୨୬ ତାରିଖ ସନ୍ଧ୍ୟାରେ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ପଥର ମାଡ଼ କରିବା ଅଭିଯୋଗରେ ରେଳବାଇ…
୧୦୨ କେଜି ଗଞ୍ଜେଇ ଜବତ – ଉତ୍ତରପ୍ରଦେଶର ତିନି ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ଜିଲା ଅବକାରୀ ବିଭାଗ ଏକ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର…