ରାଜନୀତି ବିଜେଡିର ଜନସମ୍ପର୍କ ପଦଯାତ୍ରା Angul OnlineOctober 13, 2022October 13, 2022 ଅନୁଗୁଳ – ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି ଜନ ସମ୍ପର୍କ ପଦଯାତ୍ରା । ଏହି ପରିପ୍ରେକ୍ଷୀରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ଗ୍ରାମ ପଞ୍ଚାୟତ ଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ଲୋକଙ୍କ ପାଖରେ ସଠିକ ଭାବେ ପହଁଞ୍ଚିବା ଓ ଅବଗତ କରାଇବା ଲକ୍ଷ୍ୟ ରହିଛି । ବନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ନକୁଳ ସାହୁ , ବିଜେଡି ଯୁବ ନେତା ଅରୁଣାଭ ସିଂହ ଓ ବିଜେଡିର ବହୁ ତୁଙ୍ଗ ନେତାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ବ ମହିଳା ଓ ଯୁବକ ବନ୍ଦା ଶିବ ମନ୍ଦିର ଠାରୁ ଆରମ୍ଭ କରି ବନ୍ଦା ଓ ଝଜିରୀ ଗ୍ରାମ ପରିକ୍ରମା କରି ଝଜିରି ବାଲି ସାହି ଠାରେ ଶୋଭାଯାତ୍ରା ଶେଷ କରିଥିଲେ । ବନ୍ଦା ଗ୍ରାମ ମୁଖ୍ୟ ଛକ ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥି ସହିତ ଅନୁଗୁଳ ପୌରପାଳିକା ୱାର୍ଡ ନଂ ୫ ଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। କାଉନସିଲର ରଞ୍ଜିତ ମାଣ୍ଡଠିଆ ଓ ନଗର ବିଜେଡି ସଭାପତି ବୃନ୍ଦାବନ ସ୍ବାଇଁଙ୍କ ତତ୍ୱବାଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆ, ନଗରପାଳ ଅକ୍ଷୟ ସାମନ୍ତ, କାଉନସିଲର ସୁକାନ୍ତି ଦାସ, ମାଳିନୀ ସର, ବିଶ୍ୱରଂଜନ ସାହୁ ଓ ୱାର୍ଡ ବାସିନ୍ଦା ଉପସ୍ଥିତ ଥିଲେ । Advertisement
ଅନୁଗୁଳରେ ଦୁର୍ବଳ ହେଉଛି ବିଜେଡି !!! ଅନୁଗୁଳ – ଡବଲ ଶଙ୍ଖ ଭାରି ଦୁଃଖ , ଡବଲ ଫୁଲ ଭାରି ଭଲ । ଡବଲ ଫୁଲ ସରକାର ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ…
ଖଗେଶ୍ୱର ବେହେରା ବିଜେଡ଼ି ଛାଡିଲେ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡି ଛାଡିଛନ୍ତି । ସେ ଏ ନେଇ ଦଳ ସୁପ୍ରିମୋ ନବୀନ…
କୁଆଡ଼େ ଗଲେ ରାଜାସାହେବ୍? ଅନୁଗୁଳ – ସାଂସଦଙ୍କ ଦେଖା ମିଳୁନି । ମାସେ କି ଦୁଇ ମାସ ନୁହେଁ । ବର୍ଷ ବର୍ଷ ଧରି ସାଂସଦ ନିର୍ବାଚନ ମଣ୍ଡଳୀ ମାଟି ମାଡ଼ିନାହାଁନ୍ତି…