ମହିଳା ଏବଂ ବାଳିକାମାନଙ୍କର ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ ଆରମ୍ଭ

ଆର୍ଥିକ ଦୁର୍ବଳ ବର୍ଗର ମହିଳା ଏବଂ ଯୁବତୀ ମାନଙ୍କ ଦକ୍ଷତା ବିକାଶ  ଶିକ୍ଷା ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ କରାଯିବ

ସହାୟତା ପାଇଁ ଇଚ୍ଚୁକ ମହିଳା ଏବଂ ଯୁବତୀ ମାନେ ଫାଉଣ୍ଡେସନର ୱେବସାଇଟ୍ ଯାଇ ଆବେଦନ କରିପାରିବେ

ଭୁବନେଶ୍ୱର – ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ଓଡିଶା ଓ ଛତିଶଗଡରେ ମହିଳାମାନଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ନିମନ୍ତେ ଏକ ସ୍ୱତନ୍ତ୍ର ଯୋଜନା – ଜିନ୍ଦଲ ସ୍ଵୟଂ ସ୍ଵୟଂ ସମ୍ପର୍ଣ୍ଣା ନାରୀ – ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ଅଧୀନରେ , ଆର୍ଥିକ ଦୁର୍ବଳ ବର୍ଗର ବାଳିକା ଏବଂ ମହିଳାମାନେ ଦକ୍ଷତା ବିକାଶ ତାଲିମ ଓ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ପାଇପାରିବେ  ଆର୍ଥିକ ପ୍ରତିବନ୍ଧକ ହେତୁ ଉଚ୍ଚ ଶିକ୍ଷା କିମ୍ବା ଦକ୍ଷତା ବିକାଶ ତାଲିମ ପାଇବାରେ  ଅସମର୍ଥ ବାଳିକା ଓ ମହିଳା ସହାୟତା ପ୍ରଦାନ କରି ସେମାନଙ୍କୁ ସ୍ଵୟଂସମ୍ପର୍ଣ୍ଣ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ଏହି ସ୍ଵତନ୍ତ୍ର ଯୋଜନାକୁ ଲୋକାର୍ପିତ କରି ଜେଏସପିଏଲ ଫାଉଣ୍ଡେସନର ଚେୟାରମ୍ୟାନ୍ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ, “ଏହି ଅନ୍ତର୍ଜାତୀୟ ମହିଳା ଦିବସରେ ଆସନ୍ତୁ ଲିଙ୍ଗଗତ ସମାନତା ନିଶ୍ଚିତ କରିବା ନିମନ୍ତେ ସମସ୍ତେ କାର୍ଯ୍ୟ କରିବା । ମହିଳାମାନଙ୍କର ଦକ୍ଷତା ଏବଂ ଶିକ୍ଷାରେ ବିନିଯୋଗ ହେଉଛି ସାମାଜିକ ବିକାଶ କାର୍ଯ୍ୟକ୍ରମରେ ସର୍ବୋଚ୍ଚ  ପ୍ରାଥମିକତା ଏହି ଦିଗରେ ଗୋଟିଏ ପାଦ ଆଗକୁ ଯାଇ ଜେଏସପିଏଲ ଫାଉଣ୍ଡେସନ ତାର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜିନ୍ଦଲ ସ୍ଵୟଂ ସ୍ଵୟଂସମ୍ପର୍ଣ୍ଣା ନାରୀ ଘୋଷଣା କରିଛି  . ମୁଁ ନିଶ୍ଚିତ ଯେ ମହିଳାମାନଙ୍କର ରୋଜଗାରକ୍ଷମତା ବୃଦ୍ଧି ସହିତ ସେମାନଙ୍କୁ ସଶକ୍ତ କରିବା ପାଇଁ ଏହା ନିଶ୍ଚିତ ଭାବରେ ସହାୟକ ହେବ” ।ଏହି କାର୍ଯ୍ୟକ୍ରମ ପ୍ରଥମେ ଓଡିଶା ଏବଂ ଛତିଶଗଡ ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା

ଦେଇଛନ୍ତି । ଦଶମ ଶ୍ରେଣୀ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଆର୍ଥିକ ଦୁର୍ବଳ ବର୍ଗ ଶ୍ରେଣୀର ୧୬ ରୁ ୩୦ ବର୍ଷ ବୟସର ମହିଳା ଏବଂ ବାଳିକା ମାନେ ଦକ୍ଷତା ବିକାଶ ତାଲିମ ପାଇଁ ଆର୍ଥିକ ସହାୟତା ନିମନ୍ତେ ଆବେଦନ କରିପାରିବେ । ସେହିଭଳି ୬୫ ପ୍ରତିଶତରୁ ଅଧିକ ନମ୍ବର ରଖି ଯୁକ୍ତ ଦୁଇ ପାସ କରିଥିବା ମହିଳା ଏବଂ ବାଳିକା ମାନେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏବଂ ୫୫ ପ୍ରତିଶତରୁ ଅଧିକ  ନମ୍ବର ରଖି ସ୍ନାତକ ଡିଗ୍ରୀ ହାସଲ କରିଥିବା ମହିଳା ଏବଂ ବାଳିକା ମାନେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆର୍ଥିକ ସହାୟତା ପାଇପାରିବେ । ପିତାମାତା/ପରିବାରର ଆୟ ବାର୍ଷିକ ଦୁଇ ଲକ୍ଷ ଟଙ୍କାରୁ କମ ହୋଇଥିବା ଆବଶ୍ୟକ । ଇଂଜିନିୟରିଂ, ମ୍ୟାନେଜମେଣ୍ଟ, ଡାକ୍ତରୀ, ଆଇନ ଆଦି ବୃତିଗତ ଶିକ୍ଷା ନିମନ୍ତେ  ସହାୟତା ପାଇଁ ଆବଶ୍ୟକ ପ୍ରବେଶିକା ପରୀକ୍ଷାରେ ସଫଳ ହେବା ଆବଶ୍ୟକ  । ଏହି ଯୋଜନା ସମ୍ବନ୍ଧୀୟ ସବିଶେଷ ସୂଚନା ଫାଉଣ୍ଡେସନର ୱେବସାଇଟ୍ www.jsplfoundation.com ରେ ଉପଲବ୍ଧ । ଆଗ୍ରହୀ ମହିଳା ଏବଂ ବାଳିକା ମାନେ ଆବେଦନ କରିବା ପାଇଁ  www.jsplfoundation.com/education ରେ ଉପଲବ୍ଧ ଦରଖାସ୍ତ ଫର୍ମ ସହିତ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ଦଶମ/କିମ୍ବା ଉଚ୍ଚ ଶ୍ରେଣୀ ପରୀକ୍ଷାର ମାର୍କ ସିଟ୍ ଏବଂ ରାଜସ୍ୱ ଅଧିକାରୀ ଦ୍ଵାରା ପ୍ରଦାନ କରାଯାଇଥିବା ପାରିବାରିକ ଆୟ ପ୍ରମାଣପତ୍ର ସଲଗ୍ନ କରି awards@jsplfoundation.com ଇମେଲରେ ପଠାଇ ପାରିବେ । ଆବେଦନର ଶେଷ ତାରିଖ ୨୫ ମାର୍ଚ୍ଚ ୨୦୨୨ । ସମସ୍ତ ଆବେଦନକୁ ଏକ ଚୟନ ପ୍ରକ୍ରିୟା ମାଧ୍ୟମରେ ବିଚାର କରି ଯୋଗ୍ୟ ପ୍ରାର୍ଥିନୀ ଚୟନ କରାଯିବ ଜେଏସପିଏଲ ଫାଉଣ୍ଡେସନର ୱେବସାଇଟ୍ www.jsplfoundation.com ରେ ମଧ୍ୟ ସମ୍ବନ୍ଧୀୟ ସୂଚନା ଉପଲବ୍ଧ ଯୋଗ୍ୟ ବିବେଚିତ ମହିଳା ଓ ବାଳିକା ମାନଙ୍କ ଉଚ୍ଚ ଶିକ୍ଷା କିମ୍ବା  ଦକ୍ଷତା ବିକାଶ ତାଲିମ ବାବଦକୁ ସହାୟତା ରାଶି  ଜେଏସପିଏଲ ଫାଉଣ୍ଡେସନ୍ ଦ୍ୱାରା ସିଧାସଳଖ ଅନୁଷ୍ଠାନକୁ ପ୍ରଦାନ କରାଯିବ ସମସ୍ତ ମନୋନୀତ ପ୍ରାର୍ଥୀମାନେ ସେମାନଙ୍କର ଇଚ୍ଛା ଅନୁଯାୟୀ ଦକ୍ଷତା ବିକାଶ ତାଲିମ କିମ୍ବା ଉଚ୍ଚଶିକ୍ଷା ପାଠ୍ୟକ୍ରମ ବାଛିବା କରିବା ସହିତ ସେମାନଙ୍କ ସୁବିଧା ଅନୁଯାୟୀ ନିକଟରେ ଥିବା ଏକ ବିଶ୍ୱସନୀୟ ତାଲିମ ପ୍ରତିଷ୍ଠାନ କିମ୍ବା କଲେଜ ଚୟନ କରିପାରିବେ  ବିୟୁଟିସିଆନ୍ ପାଠ୍ୟକ୍ରମ, ହେୟାରଷ୍ଟାଇଲ୍, ଡ୍ରେସ୍ ଡିଜାଇନ୍, ମେକ୍ ଅପ୍/ବିୟୁଟି ଥେରାପିଷ୍ଟ, କମ୍ପ୍ୟୁଟର ପାଠ୍ୟକ୍ରମ, ସ୍ୱଳ୍ପକାଳୀନ ସଫ୍ଟୱେର୍ ପାଠ୍ୟକ୍ରମ, ୱେବ୍/ଗ୍ରାଫିକ୍ ଡିଜାଇନ୍, ଡାଟା ଏଣ୍ଟ୍ରି, ଖାଦ୍ୟଏବଂ ପୁଷ୍ଟିକର ଯତ୍ନ, ସୋସିଆଲ୍ ମିଡିଆ ମାର୍କେଟିଂ, ଇଭେଣ୍ଟ ମ୍ୟାନେଜମେଣ୍ଟ, ଫଟୋଗ୍ରାଫି, ଅଫିସ୍ / ଫ୍ରଣ୍ଟ ଅଫିସ୍ ଆସିଷ୍ଟାଣ୍ଟ, ଆକାଉଣ୍ଟ୍ ଏକ୍ଜିକ୍ୟୁଟିଭ୍, ଡିଜିଟାଲ୍ ମାର୍କେଟିଂ, ସ୍ୱଳ୍ପ ମିଆଦି ବ୍ୟାଙ୍କିଙ୍ଗ୍ ପାଠ୍ୟକ୍ରମ, ନର୍ସିଂ କେୟାର  ଭଳି ସେମାନଙ୍କୁ ରୋଜଗାରକ୍ଷମ କରିପାରିବାରେ ସହାୟକ ହେଉଥିବା ଯେକୌଣସି ଦକ୍ଷତା ବିକାଶ ପାଠ୍ୟକ୍ରମ ଚୟନ କରିପାରିବେ ଉଚ୍ଚଶିକ୍ଷା ପାଇଁ, ସେମାନେ ଏକ ସ୍ବୀକୃତି କଲେଜ କିମ୍ବା ଅନୁଷ୍ଠାନ ଚୟନ କରିପାରିବେ । ବିଭିନ୍ନ ପାଠ୍ୟକ୍ରମ ପାଇଁ ଆର୍ଥିକ ସହାୟତା ରାଶି ଭିନ୍ନ ହୋଇପାରେ

Advertisement

Leave a Reply

Your email address will not be published. Required fields are marked *

You cannot copy content of this page