ଆଞ୍ଚଳିକ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ‘ପ୍ରୋଜେକ୍ଟ ଉତ୍କର୍ଷ’ ଆରମ୍ଭ Angul OnlineSeptember 6, 2021September 6, 2021 ଭୁବନେଶ୍ବର – ଗୁରୁ ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଛି ‘ପ୍ରୋଜେକ୍ଟ ଉତ୍କର୍ଷ’ । ସିଭିଲ ସର୍ଭିସ କୋଚିଂ ପାଇଁ ଭୁବନେଶ୍ବରର ଅଗ୍ରଣୀ ଅନୁଷ୍ଠାନ ଆଇଏଏସ୍ ଗୁରୁକୁଳ ସହଯୋଗରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଅନୁଗୁଳ ଜିଲ୍ଲାର ସାମାଜିକ ତଥା ଆର୍ଥିକ ଦୁର୍ବଳ ବର୍ଗର ୩୦୦ ଛାତ୍ରଛାତ୍ରୀଙ୍କୁ ସିଭିଲ୍ ସର୍ଭିସ୍ , ବ୍ୟାଙ୍କିଂ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ପ୍ରସ୍ତୁତି ପାଇଁ ମାଗଣା ଅନଲାଇନ୍ ଇଣ୍ଟରାକ୍ଟିଭ୍ କୋଚିଂ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପର ଶୁଭାରମ୍ଭ କରି ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଓପି ଜିନ୍ଦଲ ବିଶ୍ବବିଦ୍ୟାଳୟର କୁଳାଧିପତି ଶାଲୁ ଜିନ୍ଦଲ କହିଛନ୍ତି ଯେ, ଏହା ନିଶ୍ଚିତ ଭାବରେ ଗ୍ରାମାଞ୍ଚଳ ତଥା ଅର୍ଦ୍ଧସହରାଞ୍ଚଳରେ ରହୁଥିବା ଶିକ୍ଷିତ ମେଧାବୀ ଯୁବକ ଯୁବତୀଙ୍କ କ୍ୟାରିଅରକୁ ଆଗକୁ ନେବାରେ ସାହାଯ୍ୟ କରିବ । ଗୁରୁ ଦିବସରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ପିତାମାତା ସମାନ ଭାବରେ ଉତ୍ସାହିତ ଅଛନ୍ତି । ସମସ୍ତ ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା, ଶିକ୍ଷକ ଏବଂ ସହଭାଗୀ ସଂଗଠନ ଆଇଏଏସ୍ ଗୁରୁକୁଳକୁ ଶୁଭେଚ୍ଛା ଜଣାଇବା ସହିତ, ଦେଶର ଯୁବକଙ୍କୁ ସହଯୋଗ କରିବା ପାଇଁ ଉଚ୍ଚଶିକ୍ଷା, କ୍ୟାରିୟର ପରାମର୍ଶ, କ୍ରୀଡା, କଳା ଏବଂ ସଂସ୍କୃତି ଆଦି କ୍ଷେତ୍ରରେ ଜେଏସପିଏଲ ଫାଉଣ୍ଡେସନ ପ୍ରଚେଷ୍ଠା ଜାରି ରଖିଛି । ଏହି ପ୍ରୋଜେକ୍ଟ ଅଧୀନରେ ଆଇଏଏସ୍ ଗୁରୁକୁଳର ଅଭିଜ୍ଞ ଅଧ୍ୟାପକମାନେ କ୍ବାଣ୍ଟିଟେଟିଭ ଆପ୍ଟିଚ୍ୟୁଡ୍, ରିଜନିଙ୍ଗ୍, ଜେନେରାଲ୍ ଷ୍ଟଡିଜ୍, ଇଂରାଜୀ ଏବଂ ଅନ୍ୟାନ୍ୟ ବିଷୟ ଗୁଡ଼ିକରେ ଅନଲାଇନ୍ କ୍ଲାସ୍ ପ୍ରଦାନ କରିବେ । ମନୋନୀତ ଛାତ୍ରମାନେ ରେଳବାଇ, ବ୍ୟାଙ୍କିଙ୍ଗ, ପ୍ରତିରକ୍ଷା, ବୀମା ଏବଂ ଅନ୍ୟାନ୍ୟ ସରକାରୀ ସେବା ପାଇଁ ହେଉଥିବା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ । ଏହି କୋଚିଂ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ମେଧା ଏବଂ ଆର୍ଥିକ ସ୍ବଚ୍ଛଳତା ଭିତ୍ତିରେ ଚୟନ କରାଯିବ । ଆର୍ଥିକ ଅନଗ୍ରସର ଏବଂ ପଛୁଆ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ । ଏହି ପ୍ରକଳ୍ପ ଅଧୀନରେ ପ୍ରତିଦିନ ଚାରି ଘଣ୍ଟାର ଇଣ୍ଟରାକ୍ଟିଭ୍ ଭର୍ଚୁଆଲ୍ କ୍ଲାସ୍ ସହିତ ଏକ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକଳ୍ପରେ ମୋଟ ୩୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୦ ଛାତ୍ରୀଙ୍କୁ ନିଆଯିବ । ଦୂରତା କିମ୍ବା ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଗୁଣାତ୍ମକ ପ୍ରତିଯୋଗିତାମୂଳକ ପରୀକ୍ଷା କୋଚିଂ ସୁଯୋଗ ପାଉ ନଥିବା ଅନୁଗୁଳର ଅନେକ ମେଧାବୀ ଛାତ୍ରଛାତ୍ରୀ ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବେ ବୋଲି ଆଶା ରଖିଛନ୍ତି ଶାଲୁ ଜିନ୍ଦଲ । Advertisement
ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ଵ ଅନୁଗୁଳ – ୧୭.୦୩.୨୦୨୫ ତାରିଖରେ ନାଲକୋ ଠିକାଦାର ସଂଘ ର ସାଧାରଣ ବୈଠକ ସଂଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର କାର୍ଯକର୍ତ୍ତା…
କୂଅ ଭିତରେ ବୁଲୁଥିଲା ୧୦ ଫୁଟ ଲମ୍ବର ଅହିରାଜ ସାପ – ଉଦ୍ଧାର କଲେ ସର୍ପମିତ୍ର ଅନୁଗୁଳ – କୂଅ ଭିତରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗାଁର ଆଶୁତୋଷ ଅମାନ୍ତଙ୍କ ଏକ…
ଘରୋଇ ସ୍କୁଲ ଫି ଆଦାୟ ପ୍ରସଙ୍ଗ – ୨ ଅଧ୍ୟକ୍ଷଙ୍କ ନାମରେ ରୁଜୁ ହେଲା ମାମଲା ଅନୁଗୁଳ – ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗକୁ ସାରା ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ବଢ଼ି ଚାଲିଛି ଅସନ୍ତୋଷ । ରାଜ୍ୟ…