ଆଞ୍ଚଳିକ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ Angul OnlineDecember 3, 2021December 3, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୧ ଜିନ୍ଦଲ ନଗର ପରିସରସ୍ଥିତ ଆଶା ଦି ହୋପ କେନ୍ଦ୍ର ଠାରେ ପାଳିତ ହୋଇଅଛି । ଶ୍ରୀ ନାରାୟଣ ମହାପାତ୍ର, ଡିଏସଏସଓ, ଶ୍ରୀମତୀ ଅନିତା ମିତ୍ତଲ, ଶ୍ରୀମତୀ ଅନିନ୍ଦିତା ବନ୍ଦୋପାଧ୍ୟାୟ , ଶ୍ରୀ ଅତନୁ ରଥ, ଅଧ୍ୟକ୍ଷ ଓପି ଜିନ୍ଦଲ ସ୍କୁଲ , ଡାକ୍ତର କୃଷ୍ଣ ପ୍ରସାଦ ବେହେରା, ସିଏମଓ – ଜେଏସପିଏଲ ଓଏଚସି ଏବଂ ଶ୍ରୀମତୀ ପୁଷ୍ପା ଶତପଥୀ , ଜିଏମ-ସିଏସଆର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଆୟୋଜିତ ହୋଇଥିବା ବିଭିନ୍ନ କ୍ରୀଡା ଯଥା, ରେସିଙ୍ଗ, ବେଲୁନ ବ୍ଳାଷ୍ଟ, ସଫ୍ଟ ବଲ ଥ୍ରୋଇଙ୍ଗ , କ୍ଯାଣ୍ଡେଲ ବ୍ଲୋଇଙ୍ଗ, ଚକୋଲେଟ ରେସ, ଡାନସିଙ୍ଗ ଇତ୍ୟାଦି ପ୍ରତିଯୋଗିତାର କୃତୀ ପ୍ରତିଭାଗୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆବଶ୍ୟକୀୟ ଶିଶୁ ମାନଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ କରିଥିଲେ । ଜେଏସପିଏଲ ପ୍ଳାଣ୍ଟର ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡ ପ୍ରକଳ୍ପ ପାର୍ଶ୍ଵବର୍ତୀ ଗ୍ରାମରେ ବସବାସ କରୁଥିବା ୫୦୦୦ ରୁ ଊର୍ଦ୍ଧ୍ଵ ଦିବ୍ୟାଙ୍ଗ ଶିଶୁ ମାନେ” ଆଶା ଦି ହୋପ“ କେନ୍ଦ୍ର ମାଧ୍ୟମରେ ଲାଭାନ୍ଵିତ ହେବା ସହ ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହୋଇଛନ୍ତି । Advertisement
ଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଖରାର ପ୍ରକୋପ ବେଶ ରହିଛି । ଆଜି ଦିନରେ ଜିଲ୍ଲା ସଦର ମହକୁମାର ତାପମାତ୍ରା ୪୫ ଡିଗ୍ରୀ ପାର ହୋଇଥିଲା ।…
ଜିଲ୍ଲାରେ ଆରମ୍ଭ ହେବ ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ ଅନୁଗୁଳ – ରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ଗଣ ସଙ୍ଗଠନମାନେ ସମ୍ମିଳିତ ହୋଇ ‘ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ’ ଆରମ୍ଭ କରିଛନ୍ତି । ମୁମ୍ବାଇ ସ୍ଥିତ କ୍ରାନ୍ତି…
ଜାତୀୟ ରାଜପଥରେ ଓଲଟିଲା କାର – ଗୋଟିଏ ପରିବାରର ୪ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଜରପଡା ଥାନା ଭାଗିରଥୀପୁର ନିକଟରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା…