ଅପରାଧ ପରକ୍ରିୟା ପ୍ରୀତି ଯୋଗୁଁ ପ୍ରେମିକ ସହ ମିଶି ସ୍ଵାମୀକୁ ହତ୍ୟା !! Angul OnlineAugust 30, 2022August 30, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ଅଞ୍ଚଳରେ ପରକ୍ରିୟା ପ୍ରୀତିକୁ ନେଇ ଏକ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟ ପୁରୁଷ ସହ ପ୍ରେମ ସମ୍ପର୍କ ଧରା ପଡିଯିବା ପରେ ପ୍ରେମିକ ସହ ମିଶି ସ୍ତ୍ରୀ ନିଜ ସ୍ୱାମୀକୁ ହତ୍ୟା କରିଛି । ଘଟଣାରେ ପୁଲିସ ସ୍ତ୍ରୀ ଓ ତାର ପ୍ରେମିକକୁ ଅଟକ ରଖି ପଚରାଉଚୁରା କରୁଛି । ସୂଚନା ଅନୁସାରେ ତାଳଚେର କୋଲିୟାରୀ ଥାନା ଚାଳଗଡ଼ ଗାଁର ଦିଲ୍ଲୀପ ସାମଲଙ୍କୁ ତାଙ୍କ ସ୍ତ୍ରୀ ଓ ପଡୋଶୀ ବିଜୟ ଦାସ ମିଶି ଗତ ଦୁଇଦିନ ତଳେ ମିଶି ମାଡ ମାରିଥିଲେ । ଗୁରୁତର ଅବସ୍ଥାରେ ଦିଲ୍ଲୀପ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦିଲ୍ଲୀପଙ୍କ ମୃତ୍ୟୁ ପରେ ତାଙ୍କ ମା କୋଳିୟାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ଯୋଗୁଁ ଉଭୟ ମିଶି ତାଙ୍କ ପୁଅକୁ ମାରିଦେଇଥିବା ସେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ଦିଲ୍ଲୀପଙ୍କ ସ୍ତ୍ରୀ ଓ ବିଜୟଙ୍କୁ ଅଟକ ରଖି ପଚରାଉଚରା କରୁଛି । Advertisement
ପୁଲିସ ପରିଚୟ ଦେଇ ଚାନ୍ଦା ଆଦାୟ ବେଳେ ଯୁବକଙ୍କୁ କାବୁ କଲେ ଲୋକେ ଅନୁଗୋଳ – ନିଜକୁ ପୁଲିସ ପରିଚୟ ଦେଇ ଜନସାଧାରଣଙ୍କୁ ଧମକ ଦେଉଥିଲା ଯୁବକ । ସ୍ଥାନୀୟ ଲୋକ ଜାଣି ପାରି ପୁଲିସର ଜିମା ଦେଲେ ଠକକୁ ।…
ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ମୋବାଇଲ ଲୁଟି ନେଇଛି । ଗରିବ ,…
ଭିଜିଲାନ୍ସ ଜାଲରେ ଆର ଆଇ ଅନୁଗୁଳ – ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଜଣେ ଆରଆଇ ବାବୁ ଧରା ପଡିଛନ୍ତି । ବାବୁ ଜଣଙ୍କ ହେଲେ ଅନୁଗୁଳ ତହସିଲ ଅନ୍ତର୍ଗତ ବନ୍ତଳା…