ମୁଖ୍ୟ ଖବର ଉଦଘାଟନର ଘଣ୍ଟାଏ ପରେ ସିଲ ହେଲା ଦୋକାନ Angul OnlineApril 30, 2021April 30, 2021 ଅନୁଗୁଳ – ଅନୁଗୁଳ ସହରରେ ଆଜି ଏକ ବଡ ସପିଂ ମଲ ଉଦଘାଟନ ହୋଇଥିବା ବେଳେ ଉଦଘାଟନର ଘଣ୍ଟାଏ ପରେ ପ୍ରଶାସନ ତାହାକୁ ସିଲ କରିଛି । କୋଭିଡ ନିୟମ ଉଲ୍ଲଘଂନ କରିଥିବା ଯୋଗୁଁ ଏହି ନୂତନ ସପିଂ ମଲ ୬ ଦିନ ପାଇଁ ସିଲ କରା ଯାଇଛି । ସୂଚନା ଅନୁସାରେ ଅନୁଗୁଳ ହରିମଉରି ଛକଠାରେ ରିଲାଏନ୍ସ କମ୍ପାନୀର ସ୍ମାର୍ଟ ସୁପର ଷ୍ଟୋର ଆଜି ମଧ୍ୟାହ୍ନରେ ଶୁଭ ଉଦଘାଟନ ହୋଇଥିଲା । ତେବେ ମଲ ଉଦଘାଟନ ପରେ ସେଠାରେ ଅସମ୍ଭାଳ ଭିଡ ଜମିଥିଲା । କୋଭିଡ ସମୟରେ ଦୋକାନରେ ଭିଡ ନ ଜମାଇବା ଏବଂ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ଥିବା ସତ୍ବେ ଏହାକୁ ମଲର କର୍ମଚାରୀ ଖୁଲମଖୁଲା ଉଲ୍ଲଘଂନ କରିଥିଲେ । ଖବର ପାଇ ପ୍ରଶାସନ ଓ ପୁଲିସ ସେଠାରେ ପହଞ୍ଚି ଲୋକଙ୍କୁ ଘଉଡାଇବା ସହ ଦୋକାନକୁ ୬ ତାରିଖ ଯାଏ ସିଲ କରା ଯାଇଛି । ସେହିଭଳି ମିଷ୍ଟି ନାମକ ଏକ ମିଠା ଦୋକାନକୁ ମଧ୍ୟ କୋଭିଡ ନିୟମ ଉଲ୍ଲଘଂନ କରିଥିବା ଯୋଗୁଁ ତାକୁ ମଧ୍ୟ ପ୍ରଶାସନ ପକ୍ଷରୁ ସିଲ କରା ଯାଇଛି । ଅନୁଗୁଳ ଗାନ୍ଧୀ ଛକରେ ଥିବା ଏକ ଠିପି ବନ୍ଦ ମଦ ଦୋକାନରେ ଆଜି ସନ୍ଧ୍ୟାରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଖବର ପାଇ ସେଠାରେ ମଧ୍ୟ ପ୍ରଶାସନ ପହଞ୍ଚି ଭିଡ ହଟାଇବା ସହ ମଦ ଦୋକାନକୁ ସିଲ କରିଥିବା ଜଣା ପଡିଛି । Advertisement
ପଇଡ ପଡି ଶିଶୁ କନ୍ୟା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମାମୁରା ଗାଁରେ ଅଘଟଣ । ମୁଣ୍ଡରେ ପଇଡ ପଡି ୭ ମାସର ଶିଶୁକନ୍ୟା ମୃତ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା…
ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ ଅନୁଗୁଳ – ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ । ଆଜି ସକାଳୁ ଅନୁଗୁଳ ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ରୁ ଅକ୍ସିଜେନ ଏକ୍ସପ୍ରେସ ବାହାରି ହରିୟାନା…
କୃଷ୍ଣା ମହାନ୍ତି ପାଇବେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର ଅନୁଗୁଳ – ଓଡିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ୨୦୨୩ ବର୍ଷ ପାଇଁ ସମ୍ମାନଜନକ…