ମୁଖ୍ୟ ଖବର ହାତୀ ଆକ୍ରମଣରେ ମହିଳା ମୃତ Angul OnlineMay 7, 2023May 7, 2023 ଅନୁଗୋଳ – ଅନୁଗୋଳ ବ୍ଳକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭) ବୋଲି ଜଣାପଡିଛି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳର ତଳଗଡ଼ ଗ୍ରାମର ବିଜୁଳି ସାହୁ ଆଜି ସକାଳେ ଗାଁ ନିକଟରେ ଥିବା ଆମ୍ବ ବାଡିକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ତେବେ ପୂର୍ବରୁ ସେଠାରେ ଥିବା ଏକ ଦନ୍ତା ହାତୀ ବିଜୁଳିଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆକ୍ରମଣ ପରେ ନିକଟରେ ଥିବା ଏକ ସୋଲାର ତାର ବାଡ଼ରେ ହାତୀଟି ଫସି ରହିଥିଲା । ବନ ବିଭାଗର କର୍ମଚାରୀମାନେ ଆସି ହାତୀ ଘଉଡାଇବା ପରେ ହାତୀଟି ଜଂଗଲ ଆଦକୁ ପଳାଇଥିଲା । ତେବେ ଗତ ୨୯ତାରିଖରେ ମରଣ୍ଡା ଗ୍ରାମର ଝଟକ ବେହେରା ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ସେହିଭଳି ଆଜିର ଘଟଣାକୁ ମିଶାଇ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ୧୦ଜଣଙ୍କ ଜୀବନ ଯାଇଥିବା ଜିଲ୍ଲାରେ କିଛି ମାସ ମଧ୍ଯରେ ୧୫ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । Advertisement
କାନ ଫୁଲ ଆଉ ଚେନ ପାଇଁ ବୃଦ୍ଧାଙ୍କୁ ମାରିଦେଲେ !!!! ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କାନ ଫୁଲ ଓ ସୁନା ଚେନ ଲୁଟ ପରେ ଜଣେ ବୃଦ୍ଧାଙ୍କୁ…
ମୋଟରସାଇକେଲ ଉପରେ ଚଢ଼ିଗଲା ହାଇୱା – ଅଳ୍ପକେ ବର୍ତ୍ତିଲେ ଅବକାରୀ ବାବୂ ଅନୁଗୁଳ – ଅନୁଗୁଳ ସହର ହେମସୁରପଡା ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକଠାରେ ଏକ ଦୁର୍ଘଟଣା ଘଟି ଯାଇଛି । ଏକ ମୋଟରସାଇକେଲ ଉପରେ ହାଇୱା ଚଢିଯିବା ଫଳରେ ହାଇୱା…
ଦାୟିତ୍ଵରେ ଅବହେଳା ପଡିଲା ମହଙ୍ଗା – ନିଲମ୍ବିତ ହେଲେ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୁଗୁଳ – ଦାୟିତ୍ୱରେ ଅବହେଳା କରିଥିବାରୁ ବାରଗୌଣିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଅର୍ଜୁନ କୁମାର ପୃଷ୍ଟି ଓ ପାଲଲହଡା ବ୍ଲକରେ ଅବସ୍ଥାପିତ ପଞ୍ଚାୟତ…