କାଳବୈଶାଖୀ ପ୍ରଭାବ – ବ୍ୟାପକ କ୍ଷୟକ୍ଷତି , ମହିଳା ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଗଛ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୁଖ୍ୟତଃ ଜିଲ୍ଲାର ସଦର ମହକୁମା , କଣିହାଁ ଏବଂ ଆଠମଲ୍ଲିକ ଅଂଚଳରେ କାଳବୈଶାଖୀର ତାଣ୍ଡବ ରଚିଥିଲା ।

ଆଠମଲ୍ଲିକ ନାରାୟଣପୁରରେ ଗଛ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ନାରାୟଣପୁର ଗ୍ରାମର ଶୋଭାଗିନି ପ୍ରଧାନ । ଅନେକ ଗ୍ରାମରେ ଶହ ଶହ ଅଜବେଷ୍ଟ ଘରର ଛାତ ଉଡିଯାଇଛି । ରାସ୍ତା ଉପରେ ଅନେକ ଗଛ ପଡିଯିବାରୁ ରାସ୍ତାରେ ଅନେକ ସ୍ଥାନରେ ଗାଡିମଟର ଅଟକି ରହିଛି । ଅନେକ ସ୍ଥାନରେ କୁଆପଥର ପଡି ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଛି । ସେପଟେ କାଳବୈଶାଖୀ ବୁଣାକାରଙ୍କ ଦୁଃଖ ବଢ଼ାଇ ଦେଇଛି । ଆଠମଲ୍ଲିକ ବେଲାଦୁଲା ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବେଲାଦୁଲା ଗ୍ରାମର ପ୍ରାୟ ୧୫ ରୁ ଉର୍ଦ୍ଧ ବୁଣାକାର ପ୍ରଭାବିତ ହୋଇଛନ୍ତି । ଘରର ଆଜବେଷ୍ଟସ ଛାତ ଗୁଡିକ ଉଡି ଯାଇଥିବା ବେଳେ ବୁଣାକାରଙ୍କ ତନ୍ତଶାଳ ଗୁଡିକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page