ଭିଜିଲାନ୍ସ ଜାଲରେ ଜରପଡା ଥାନା ମହିଳା ଏ .ଏସ୍.ଆଇ.

ଅନୁଗୋଳ – ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଅନୁଗୁଳ ଜିଲ୍ଲା ଜରପଡା ଥାନାର ମହିଳା ଏ.ଏସ୍.ଆଇ. ସୀତା ନାଏକ । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନୁଗୋଳ ଭିଜିଲାନ୍ସ ତାଙ୍କୁ ଧରିବାରେ ସଫଳ ହୋଇଥିଲା ।

ସୂଚନା ଅନୁସାରେ ଜଣେ ଅଭିଯୋଗକାରୀଙ୍କ ଠାରୁ ମାମଲାର ଫାଇନାଲ ରିପୋର୍ଟ ଦେବା ପାଇଁ ଏ.ଏସ୍.ଆଇ. ସୀତା ନାଏକ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ଅଭିଯୋଗକାରୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ଏ.ଏସ୍.ଆଇ. ସୀତା ନାଏକଙ୍କୁ ଧରିଥିଲା। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ମାମଲା ରୁଜୁ କରି ତାଙ୍କ ସରକାରୀ ବାସଭବନରେ ଚଢାଉ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page