ଅପରାଧ ବଜାର ଭିତରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା Angul OnlineFebruary 25, 2023February 25, 2023 ଅନୁଗୋଳ – ଅନୁଗୋଳ ସହର ଶାନ୍ତି ବଜାର ନିକଟରେ ଜଣେ ବେପାରୀ ଠାରୁ ୨ ଦୁର୍ବୃତ୍ତ ଲକ୍ଷାଧୂକ ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି । ଶୁକ୍ରବାର ବଲାଶିଙ୍ଗା ବାଲି ସାହିର ବେପାରୀ ପ୍ରକାଶ ବିଶ୍ବାଳ ଦୋକାନ ପାଇଁ ରାସନ୍ ସାମଗ୍ରୀ ନେବାକୁ ଶାନ୍ତି ବଜାର ଯାଇଥିଲେ । ସେ ଏକ ମାଲବାହୀ ଅଟୋରେ ଜିନିଷ ରଖିବା ବେଳେ ଲକ୍ଷେ ବାର ହଜାର ଟଙ୍କା ଏବଂ ମୋବାଇଲକୁ ହାଣ୍ଡ ବ୍ୟାଗରେ ରଖି ଗାଡ଼ିରେ ଥୋଇଥିଲେ । ଏହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସି ଟଙ୍କା ବ୍ୟାଗ୍ ଉଠାଇ ନେଇ ପଳାଇଥିଲେ । ଏନେଇ ସେ ଅନୁଗୋଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । Advertisement
ଚୋରି ସନ୍ଦେହରେ ପିଟିପିଟି ମାରିଦେଲେ ଅନୁଗୁଳ – ଚୋରି କଲା ବୋଲି ପିଟିପିଟି ମାରିଦେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଥାନା ରାଣୀଗୋଡା ଅଞ୍ଚଳରେ । ସୂଚନା ଅନୁସାରେ ଗତକାଲି…
ଶୋଇଥିବା ବେଳେ ଘରେ ଲଗେଇଦେଲେ ନିଆଁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ସାନକେରେଜାଙ୍ଗ ଗାଁର ଯୋଗେଶ୍ୱର ଘଡେଇଙ୍କ ପରିବାର ଘରେ ଶୋଇଥିବା ବେଳେ , ବାହାରପଟୁ କୌଣସି ଦୁର୍ବୃତ୍ତ ବାହାରୁ କବାଟରେ…
ବୃଦ୍ଧା ମା’ଙ୍କୁ ମାଡ ମାରି ଗିରଫ ହେଲେ ଅବସରପ୍ରାପ୍ତ ଶିକ୍ଷକ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁରେ ବୃଦ୍ଧା ମାଙ୍କୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ…