ଅପରାଧ ବଜାର ଭିତରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା Angul OnlineFebruary 25, 2023February 25, 2023 ଅନୁଗୋଳ – ଅନୁଗୋଳ ସହର ଶାନ୍ତି ବଜାର ନିକଟରେ ଜଣେ ବେପାରୀ ଠାରୁ ୨ ଦୁର୍ବୃତ୍ତ ଲକ୍ଷାଧୂକ ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି । ଶୁକ୍ରବାର ବଲାଶିଙ୍ଗା ବାଲି ସାହିର ବେପାରୀ ପ୍ରକାଶ ବିଶ୍ବାଳ ଦୋକାନ ପାଇଁ ରାସନ୍ ସାମଗ୍ରୀ ନେବାକୁ ଶାନ୍ତି ବଜାର ଯାଇଥିଲେ । ସେ ଏକ ମାଲବାହୀ ଅଟୋରେ ଜିନିଷ ରଖିବା ବେଳେ ଲକ୍ଷେ ବାର ହଜାର ଟଙ୍କା ଏବଂ ମୋବାଇଲକୁ ହାଣ୍ଡ ବ୍ୟାଗରେ ରଖି ଗାଡ଼ିରେ ଥୋଇଥିଲେ । ଏହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସି ଟଙ୍କା ବ୍ୟାଗ୍ ଉଠାଇ ନେଇ ପଳାଇଥିଲେ । ଏନେଇ ସେ ଅନୁଗୋଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । Advertisement
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା – ୮ଜଣଙ୍କ ଆତ୍ମସମର୍ପଣ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟାକରସିଙ୍ଗା ଗାଁର ଶ୍ରୀଧର ଦେହୁରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପୂର୍ଣ୍ଣଛେଦ ପଡିଛି । ମଙ୍ଗଳବାର ଏହି…
ପୁଣି ଏକ କଙ୍ଗାରୁ କୋର୍ଟ – ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ପାଲଲହଡା – ପରକିୟା ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ । ପରିବାର ଓ ପଡୋଶୀଙ୍କ ଦ୍ଵାରା ପ୍ରେମିକ ବନ୍ଧା ହୋଇ ନିସ୍ତୁକ ମାଡ । ଆଉ ଏହି…
ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ଡ୍ୟାମ ନିକଟରୁ ଆଜି ବିଲମ୍ବିତ ରାତିରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ…