ଆଞ୍ଚଳିକ ସତ୍ୟାଗ୍ରହରେ ଓକିଲ Angul OnlineDecember 12, 2022December 12, 2022 ଅନୁଗୁଳ – ସତ୍ୟାଗ୍ରହରେ ଓକିଲ ସଂଘ । ସାରା ଭାରତରେ ଆଜି ଓକିଲ ମାନେ ସତ୍ୟାଗ୍ରହ କରୁଥିବା ବେଳେ ଅନୁଗୁଳ ଜିଲ୍ଲାର ସମସ୍ତ କୋର୍ଟ ଆଗରେ ମଧ୍ୟ ଓକିଲ ମାନେ ସତ୍ୟାଗ୍ରହରେ ବସିଛନ୍ତି । ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର କାର୍ଯ୍ୟକଳାପ ଓ ଓକିଲ ମାରଣ ନୀତିକୁ ବିରୋଧ କରି ଏହି ସତ୍ୟାଗ୍ରହ କରା ଯାଇଛି । ଅନୁଗୁଳ ଓକିଲ ସଂଘ ପକ୍ଷରୁ ମଧ୍ୟ ଏହି ସତ୍ୟାଗ୍ରହ କାରା ଯାଇଥିବା ବେଳେ ତାଙ୍କ କହିବାନୁସାରେ , ଦେଶର ଉନ୍ନତି ପାଇଁ ଓକିଲଙ୍କ ବହୁ ଅବଦାନ ରହିଛି । ବିଶେଷ କରି ଅନ୍ୟାୟ , ଅତ୍ୟାଚାରର ପ୍ରତିବାଦ କରି ଆଇନଜୀବୀ ମାନେ ରାଜ୍ୟ ଦେଶ ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କିନ୍ତୁ ଆଇନଜୀବୀ ପରିଷଦ ଓକିଲମାନେ ଆନ୍ଦୋଳନରେ ସାମିଲ ହେଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିଷ୍ପତ୍ତିକୁ ଓକିଲ ସଂଘ ପ୍ରତିବାଦ କରିଛି । ସକାଳ ୧୦ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓକିଲ ମାନେ ସତ୍ୟାଗ୍ରହ କରିଥିବାରୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିଲା । Advertisement
କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ତାଳଚେର ଗସ୍ତ ତାଳଚେର – ଭାରତ ସରକାରଙ୍କର କେନ୍ଦ୍ର ସାର ଓ ରସାୟନ ତଥା ନବୀକରଣୀୟ ଉର୍ଜ୍ଜା ବିଭାଗର ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ଖୁବା ଆଜି ଦୁଇଦିନିଆ ଅନୁଗୁଳ ଜିଲ୍ଲା ତାଳଚେର…
ପିଟିସିର ୮୬ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ କଲେ ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଟ୍ରେନିଂ କଲେଜ ନିର୍ମାଣ ହେବାର ୮୬ ବର୍ଷ ପୂର୍ତ୍ତି ହୋଇଛି । ୧୯୨୭ ମସିହାରେ ନିର୍ମାଣ ହୋଇଥିବା ଏହି କଲେଜ…
ଧର୍ମପରାୟଣ ମହିଳାଙ୍କ ପରଲୋକ ଅନୁଗୁଳ – ଅନୁଗୁଳର ପୂର୍ବତନ ଓକିଲ ସଙ୍ଘ ସଭାପତି ଭୁପେଶ ପ୍ରଧାନଙ୍କ ମା ମଞ୍ଜୁରାଣୀ ପ୍ରଧାନଙ୍କର ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ…