ମୁଖ୍ୟ ଖବର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ Angul OnlineNovember 21, 2022November 21, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅଞ୍ଚଳରେ ୨୦୧୨ ମସିହା ସେପ୍ଟେମ୍ବର ମାସ ୨୨ ତାରିଖରେ ହୋଇଥିବା ଏକ ହତ୍ୟାକାଣ୍ଡର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା ଅନାଦେୟ ଆଉ ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ରଞ୍ଜିତା ଜୌତିଶି । ସୂଚନା ଅନୁସାରେ ବଳରାମପ୍ରସାଦ ଗାଁର ଗୋଖୁନ @ ଅନନ୍ତ ଦାସ ଓ ଜରପଡା ଗାଁର ପ୍ରସନ୍ନ ସାହୁ ଏକାଠି ବେପାର କରନ୍ତି । ନାଲକୋରେ ଅନୁଷ୍ଠିତ ଭସାଣି ଦିନ ଗୋଖୁନ ଭସାଣି ଦେଖିବାକୁ ପ୍ରସନ୍ନକୁ ଡାକିଥିଲେ । ତେବେ ଉଭୟ ଭସାଣି ଦେଖିଯିବା ପୂର୍ବରୁ ଗୋଖୁନଙ୍କ ଘରେ ବସି ମଦ୍ୟପାନ କରିଥିଲେ । ନିଶା ହୋଇଗଲା ପରେ ପ୍ରସନ୍ନ ଗୋଖୁନର ସ୍ତ୍ରୀକୁ ଅସଦାଚରଣ କରିଥିଲା । ପ୍ରସନ୍ନର ଏଭଳି ଅସଭ୍ୟ ଓ ଅସଦାଚରଣ ଦେଖି ଗୋଖୁନ ରାଗିଯାଇ ଏକ ଠେଙ୍ଗାରେ ପ୍ରସନ୍ନ ର ମୁଣ୍ଡକୁ ଏକ ପାହାର ଦେଇଥିଲା । ଫଳରେ ଘଟଣା ସ୍ଥଳରେ ପ୍ରସନ୍ନର ମୃତ୍ୟୁ ହୋଇଥିବା ବେଳେ ଗୋଖୁନ ପ୍ରସନ୍ନର ମୃତଦେହ ନେଇ ଏକ ପୋଖରୀରେ ପକାଇ ଦେଇଥିଲା । ପରଦିନ ପୋଖରୀରୁ ମୃତଦେହ ମିଳିବା ପରେ ପୁଲିସ ତଦନ୍ତ କରି ଗୋଖୁନକୁ ଗିରଫ କରି ଦଫା ୩୦୨ ରେ କୋର୍ଟ ଚାଲାଣ କରିଥିଲା । ଦୀର୍ଘ ୧୦ ବର୍ଷ ପରେ ଏହି ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ୨୬ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଖୁନକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା , ଜୋରିମନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ତାପସ ରଞ୍ଜନ ମିଶ୍ର ପରିଚାଳନା କରିଥିଲେ । Advertisement
ଝିଅ ବାହାଘର ଦିନ ରେଳ ଧାରଣାରୁ ବାପାଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସ୍ଥାନୀୟ ହଣ୍ଡପା ଥାନା ଅନ୍ତର୍ଗତ ପର୍ଶୁମାଳ…
ଗାଡିଆରେ ପଡି ଶିଶୁ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହରିଡାଗୁଡ ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡିଆରେ ପଡି ଜଣେ ୨ ବର୍ଷର ଶିଶୁର…
ଟ୍ରକ ପଛରେ ବାଡେଇ ହୋଇ ଜଣେ ମୃତ ୨ ଆହତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ କାଉଁଶୀରିପାଲି ଛକ ନିକଟରେ ଆଜି(ଶନିବାର) ସନ୍ଧ୍ୟା ପ୍ରାୟ ୭ ଟା ସମୟରେ…