ମୁଖ୍ୟ ଖବର ଦିନରେ ଗଲା ଜୀବନ , ରାତିରେ ଲୁଟିନେଲେ ଧନ Angul OnlineNovember 26, 2024November 26, 2024 ଅନୁଗୁଳ – କୁହାଯାଏ ଦୁଃଖ ଯେତେବେଳେ ଆସେ ପଛକୁ ପଛ ଆସେ । ଏମିତି ଏକ ଘଟଣା ଘଟିଛି ଲକ୍ଷ୍ମୀପ୍ରିୟାପୁର ଗାଁର ବିଜୟ ସାହୁଙ୍କ ପରିବାର ଉପରେ । ଗତକାଲି ସନ୍ଧ୍ୟାରେ ବିଜୟଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଶବ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ସରି ନଥିବା ବେଳେ ତାଙ୍କ ପରିବାର ଉପରେ ପଡିଥିଲା ଆଉ ଏକ ବିପଦ । ରାତିରେ ଦୁର୍ବର୍ତ୍ତ ଘରେ ପଶି ଆତଙ୍କରାଜ ଚଳାଇବା ସହ ଲୁଟି ନେଇଥିଲେ ଟଙ୍କା ସୁନା । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲକ୍ଷ୍ମୀପ୍ରିୟାପୁର ଗାଁର ବିଜୟ ସାହୁ । ଯେ କି ଚାଷବାସ କରି ଗୁଜୁରାଣ ମେଣ୍ଟାନ୍ତି । ଜଣେ ଭଲ ଚାଷୀ ହିସାବରେ ଅଞ୍ଚଳରେ ତାଙ୍କର ସୁନାମ ଥିବା ବେଳେ ଚାଷରୁ ରୋଜଗାର ଅର୍ଥରେ ହସଖୁସିରେ ତାଙ୍କ ପରିବାର ଚଳନ୍ତି । ସବୁଦିନ ଭଳି ଗତକାଲି ମଧ୍ୟ ବିଜୟ ଚାଷ ଜମିରୁ କଖାରୁ ଏକ ଟ୍ରାକ୍ଟରରେ ବୋଝେଇ କରି ହାଟ କୁ ବିକ୍ରି କରିବାକୁ ଆସିଥିଲେ । ବାଗଡ଼ିଆ ସାପ୍ତାହିକ ହାଟରେ ସମସ୍ତ କଖାରୁ ବିକ୍ରି କରି ନିଜେ ଟ୍ରାକ୍ଟର ଚଳାଇ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ଖମାର ଗାଁରେ ଥିବା ହମ୍ପସରେ କଚାଡି ହୋଇ ଗାଡ଼ିରୁ ଛିଟିକି ପଡ଼ିଥିଲେ ସେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଓ ପରିବାର ଲୋକ ପହଞ୍ଚିଥିଲେ ଘଟଣା ସ୍ଥଳରେ । ମୃତଦେହକୁ ଛେଣ୍ଡିପଦା ମେଡିକାଲ ନିଆ ଯାଇଥିଲା । ରାତି ହେବାରୁ ଶବ ବ୍ୟବଚ୍ଛେଦ ହୋଇ ପାରି ନଥିଲା । ଫଳରେ ଡାକ୍ତରଖାନାରେ ମୃତଦେହ ରଖି ରାତି ପ୍ରାୟ ୧୦ ଟା ବେଳେ ଦୁଃଖରେ ଭାଙ୍ଗି ପଡିଥିବା ପରିବାର ଲୋକ ଘରକୁ ଫେରିଥିଲେ । ତେବେ ଘରେ ସମସ୍ତେ ମର୍ମାହତ ହୋଇ କାନ୍ଦ କଟା କରୁଥିବା ବେଳେ ହଠାତ ଘରେ ୭ ରୁ ୮ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଧସେଇ ପଶିଥିଲେ । ପରିବାର ଲୋକଙ୍କ ଖଣ୍ଡା , ଭୁଜାଲି , ବନ୍ଧୁକ ଦେଖାଇ କିଛି ସମୟ ପାଇଁ ଚଳାଇଥିଲେ ଆତଙ୍କରାଜ । ଆଉ ସମସ୍ତଙ୍କୁ ଭୟଭୀତ କରି ଘର ଆଲମୀରାରୁ ପ୍ରାୟ ୧ ଲକ୍ଷ ୩୨ ହଜାର ଟଙ୍କା , ଘରୁ ଏବଂ ମହିଳା ମାନେ ପିନ୍ଧିଥିବା ମଙ୍ଗଳସୂତ୍ର , କାନ ଫୁଲ ଭଳି ୫ ଭରି ସୁନା ଓ ୭ ଟି ମୋବାଇଲ ଫୋନ ନେଇ ଚମ୍ପଟ ମାରିଥିଲେ । ଗୋଟିଏ ପରେ ଗୋଟିଏ ଦୁଃଖରେ ପଡି ପରିବାର ଲୋକ ରାତିରେ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ହଣ୍ଡପା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପରେ ବାଗଡିଆ ଥାନା ମଧ୍ୟ ସେଠାରେ ପାହଞ୍ଚିବା ସହ ସାଇଣ୍ଟିଫିକ ଟିମ ସହାୟତା ନେବା ସହ ସିସି ଟିଭି ଆଧାରରେ ତଦନ୍ତ କରୁଛି । ତେବେ ବିଜୟଙ୍କ ପରିବାର ଉପରେ ଏପରି ବୋଝ ଉପରେ ଲଳିତା ବିଡ଼ା ପଡିବା ଘଟଣା ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଥିବା ବେଳେ ପରିବାର ଲୋକଙ୍କୁ ମର୍ମାହତ କରିଛି । Advertisement
ସିବିଆଇ ପଞ୍ଝାରେ ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ତାଳଚେର – ସିବିଆଇ ପଞ୍ଝାରେ ତାଳଚେର ଏମସିଏଲର ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ଜୟନ୍ତ ବାରିକ । ତାଳଚେର ଏମସିଏଲର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ…
ଜିଲ୍ଲାରେ ଗଡି ନପାରେ ୧୦୮ ଅନୁଗୁଳ – ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ତ୍ବରିତ ଚିକିତ୍ସା ସେବା ଯୋଗାଇବା ପାଇଁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ଚଳିତ ମାସରୁ ଏକ ନୂଆ…
ଅନ୍ଧବିଶ୍ୱାସର କରୁଣ ଚିତ୍ର – ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା !! ପାଲଲହଡା – ବିଜ୍ଞାନ ଯୁଗରେ ମଧ୍ୟ ଲୋକ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଅନୁଗୁଳ ଜିଲ୍ଲାରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଗୁଣିଗାରେଡି ସନ୍ଦେହରେ ତିନି…