ଅପରାଧ କ୍ରେଡ଼ିଟ୍ କାର୍ଡ଼ ଆକ୍ଟିଭ କରିବା ଆଳରେ ଟଙ୍କା ଲୁଟ Angul OnlineJuly 20, 2022July 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି । କ୍ରେଡିଟ୍ କାର୍ଡ ଆକ୍ଟିଭ କରିବା ଆଳ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୯୯ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ସୂଚନା ଅନୁସାରେ , ମହିଧରପୁର ଅଞ୍ଚଳର ଜୈନିକ ଯୁବକଙ୍କର ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ କ୍ରେଡିଟ୍ କାର୍ଡ ରହିଥିବା ବେଳେ ସେ କିନ୍ତୁ ଆଜିଯାଏ ତାକୁ ଆକ୍ଟିଭ କରିନଥିଲେ । ତେବେ ତାଙ୍କୁ ଅଜଣା ନମ୍ବରରୁ କାଳ ଆସିବା ସହ ନିଜକୁ ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇଥିଲା । ଏବଂ ତାଙ୍କ ଆକ୍ଟିଭ ହୋଇ ନଥିବା କ୍ରେଡିଡ କାର୍ଡକୁ ଆକ୍ଟିଭ କରିବା ପାଇଁ ପ୍ରବର୍ତ୍ତାଇଥିଲା । ତେବେ ଆଗନ୍ତୁକ ଜଣଙ୍କୁ ବ୍ଯାଙ୍କ କର୍ମଚାରୀ ଭାବି ସେ ମୋବାଇଲକୁ ଯାଇଥିବା ଓଟିପି ଦେଇ ଦେଇଥିଲେ । ଏହା ପରେ ଯୁବକଙ୍କ କ୍ରେଡିଟ୍ କାର୍ଡରୁ ୩ ଟି ପର୍ଯ୍ୟାୟରେ ୯୯ ହଜାର ଟଙ୍କା କାଟି ଯାଇଥିଲା । କାର୍ଡ଼ରୁ ଟଙ୍କା କଟିବା ପରେ ଠକାମୀର ଶିକାର ହୋଇଥିବା ଜାଣିପାରି ଯୁବକ ଜଣଙ୍କ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ଲିଖତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରୁଛି । Advertisement
ଗାଡିଆରେ ଭାସୁଛି ଅଜଣା ଶବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପଳାସବଣିଆ ଗ୍ରାମ ନିକଟସ୍ଥ ବରନାଳ ଚେକଡ୍ୟାମର ଏକ ଗାଡିଆରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ…
ପୁଲିସକୁ ‘ମାନହାନୀ’ ମକଦ୍ଦମା ଧମକ ଦେଲେ ସୁଶୀଲ ଅନୁଗୁଳ – ଅନୁଗୁଳର ବ୍ୟବସାୟୀ ସୁଶୀଲ ଅଗ୍ରୱାଲଙ୍କ ନାଁରେ ସୁଧ କାରବାର ଅଭିଯୋଗ ଆସିବା ପରେ ଅନୁଗୁଳ ସଦର ଥାନା ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିବା…
ଅଟୋ ମାଲିକଙ୍କୁ ମାଡ ମାରି ଟଙ୍କା ଲୁଟ୍ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ ରୋଡ଼ରେ ଜଣେ ଅଟୋ ମାଲିକଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ୫୦ହଜାର ଟଙ୍କା ଲୁଟିବା ସହ ମୋବାଇଲ ଛଡ଼ାଇ…