ମୁଖ୍ୟ ଖବର ବିଷ ପିଇଲେ ପ୍ରେମିଯୁଗଳ Angul OnlineAugust 21, 2024August 21, 2024 ଅନୁଗୁଳ – ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ହିନ୍ଦୋଳ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ଉଭୟ ଗୁରୁତର ଅବସ୍ଥାରେ ଏବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ କଂସରା ଗାଁର ବିକାଶ ନାଥ ଓ ନିକଟ ଗାଁର ଜଣେ ନାବାଳିକା ସହ ପ୍ରେମ ସମ୍ପର୍କ ଥିଲା । ଉଭୟ ଗତକାଲି ବିବାହ କରିବା ପାଇଁ ଘର ଛାଡ଼ି ପଳାଇଥିଲେ । ତେବେ ଯୁବତୀ ଜଣଙ୍କ ନାବାଳିକା ହୋଇଥିବା ଯୋଗୁଁ ଉଭୟଙ୍କୁ ଉଭୟଙ୍କ ପରିବାର ବୁଝାସୁଝା କରିବା ପରେ ଯୁବତୀଙ୍କୁ ନିଜ ଘରକୁ ନେଇ ଆସିଥିଲେ । ତେବେ ଆଜି ସକାଳୁ ନାବଳିକାକୁ ରାସୋଳ ଜଙ୍ଗଲ ଓ ପ୍ରେମିକ କୁ ସାତମାଇଲ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉଭୟ ବିଷ ପିଇ ଗୁରୁତର ଥିବା ବେଳେ ଉଭୟଙ୍କୁ ପ୍ରଥମେ ରାସୋଳ ମେଡ଼ିକାଲ ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।।ଉଭୟଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ସେପଟେ ଯୁବକଙ୍କ ମା ଉଭୟଙ୍କୁ ବିଷ ଦେଇ ମାରି ଦେବାକୁ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । Advertisement
ଡିନାମାଇଟରେ ମାଛ ଧରିବା ହେଲା କାଳ – ଡିନାମାଇଟ ଫୁଟି ଯୁବକ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା କମ୍ପସଲା ଗାଁ ନିକଟରେ ଥିବା ଟିକିରା ନଦୀରେ ଆଜି ମାଛ ଧରିବାକୁ ଯାଇଥିବା ବେଳେ ଡିନାମାଇଟ ଫୁଟି ଜଣେ…
ଦୁର୍ଘଟଣାରେ ସାମ୍ବାଦିକ ମୃତ ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥର ବଜ୍ରକୋଟ ଗ୍ରାମରେ ଏକ କାର ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ।…
ଗୁଳି ମାଡରେ ଭାଇ-ଭଉଣୀ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭଗାମୁଣ୍ଡା ଗାଁରେ ଅଘଟଣ । ରାତିରେ ଶୋଇଥିବା ବେଳେ ଭାଇ ଭଉଣୀ ଦେହରେ ଗୁଳି ବାଜି ଗୁରୁତର ହୋଇଛନ୍ତି…