ମୁଖ୍ୟ ଖବର ଦୁର୍ଘଟଣାରେ ସାମ୍ବାଦିକ ମୃତ Angul OnlineMarch 13, 2022March 13, 2022 ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥର ବଜ୍ରକୋଟ ଗ୍ରାମରେ ଏକ କାର ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏହ ସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇ ଥିବା କାରଟିକୁ ଜାଲି ଦେଇଛନ୍ତି । ସୂଚନା ଅନୁସାରେ କଣିହାଁରୁ ବଜ୍ରକୋଟ ଆଡକୁ ଯାଉଥିବା ଏକ ଦ୍ରୁତଗାମୀ କାର ରାସ୍ତା କଡରେ ଛିଡା ହୋଇଥିବା ଦୁଇଜଣ ଯୁବକଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକ ସୁଶାନ୍ତ ଧଳଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଗୁରୁତର ଶରତ ଜେନା ଏବେ ଚିକିତ୍ସାଧୀନ ଅଛନ୍ତି । ତେବେ ଦୁର୍ଘଟଣାସ୍ଥଳରେ କାରକୁ ଛାଡି ଚାଳକ ଫେରାର ହୋଇଯାଇଥିବା ବେଳେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ କାରଟିକୁ ଜାଳି ଦେବା ସହ ପ୍ରତିବାଦରେ ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଧିକ ତଦନ୍ତ କରୁଛି । କାରତି ଜଣେ ପୂର୍ବତନ ସରପଞ୍ଚଙ୍କର ବୋଲି ଜଣା ପଡିଛି । Advertisement
ବାହାଘର ପାଲଟିଲା ରଣକ୍ଷେତ୍ର – ବର ଓ କନ୍ୟା ଉଭୟ ପକ୍ଷରୁ ଏକାଧିକ ଆହତ ଛେଣ୍ଡିପଦା – ବାହାଘର ପାଲଟିଲା ରଣ କ୍ଷେତ୍ର । ବରଯାତ୍ରୀ ଓ କନ୍ୟା ପକ୍ଷଙ୍କ ମଧ୍ୟରେ ମାଡିପିଟ । ମାଡପିଟ ବେଳେ ଭୁଜାଲି ଆକ୍ରମଣରେ ବରପକ୍ଷ ଓ…
ତାଳଚେର ଯୁବକଙ୍କ ମୃତଦେହ ବ୍ରହ୍ମପୁରରୁ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ଯୁବକଙ୍କ ମୃତଦେହ ଗଞ୍ଜାମର ଏକ ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଛି । ମୃତ ଯୁବକ ସମ୍ବିତ ସାହୁ ଏକ…
ଆତ୍ମହୁତି ଉଦ୍ୟମ ବେଳେ ତିନି ଜଣ ଯୁବତୀ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ ବେଳେ ତିନି ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୁଲିସ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା…