ଖେଳ ଓ ଖେଳାଳି ଭୁବନେଶ୍ୱରକୁ ହରାଇ ଲୁଟୁ ୱାରୀଅରସ ଚମ୍ପିୟାନ Angul OnlineOctober 10, 2022October 10, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଳିଆପଡା ଠାରେ ଅଲ ଇଣ୍ଡିଆ ମିନାକ୍ଷୀ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ ଅନୁଗୁଳ ଲୁଟୁ ୱାରୀଅରସ ଏବଂ ଭୁବନେଶ୍ୱରର ୟୁନିଟ ୯ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଲୁଟୁ ୱାରୀଅରସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୮ ଓଭରରେ ୧୦୫ ରନ କରିଥିଲା । ତେବେ ୧୦୬ ରନର ଲକ୍ଷ ନେଇ ଦ୍ଵିତୀୟରେ ବ୍ୟାଟିଂ କରିଥିବା ଭୁବନେଶ୍ୱର ଦଳ ୮ ଓଭରରେ ମାତ୍ର ୭୫ ରନ କରି ପରାଜୟ ସ୍ୱୀକାର କରିଥିଲା । ଏହି ଫାଇନାଲ ମ୍ୟାଚରେ ଲୁଟୁ ୱାରୀଅରସର ବିଜ୍ଞ ପ୍ରସାଦ ସାହୁ ମାତ୍ର ୨୦ ବଲରେ ୩୪ ରନ କରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରା ଯାଇଥିଲା । ସେହିଭଳି ପୁରା ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଟ ଖେଳ ପ୍ରଦର୍ଶନ କରିଥିବାରୁ ଲୁଟୁ ୱାରୀଅରସର ଆକାଶ ଚନ୍ଦନକୁ ମ୍ୟାନ ଅଫ ଦ ସିରିଜ ପୁରସ୍କାର ପ୍ରଦାନ କରା ଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ଛେଳିଆପଡା କ୍ଲବ ଆୟୋଜନ କରିଥିଲା । Advertisement
ବିଜୁ ପ୍ରିମିୟର ଲିଗ୍ ର ଉଦଘାଟନ ଉତ୍ସବ ଓ ଟ୍ରଫି ଉନ୍ମୋଚନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ – ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଜୁ ପ୍ରିମିୟର ଲିଗ୍ ର କ୍ରିକେଟ ପ୍ରତିଯୋଗିତାର…
କ୍ରୀଡାବିଦଙ୍କୁ ଉପଖଣ୍ଡ କ୍ରୀଡା ସଂଘର ଉପେକ୍ଷା ଅଭିଯୋଗ ଅନୁଗୁଳ – ଅନୁଗୁଳ ଉପଖଣ୍ଡ କ୍ରୀଡା ସଂଘରେ ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଉପେକ୍ଷା କରାଯାଉଛି । ଯାହା ଫଳରେ ଛେଣ୍ଡିପଦା ଅଞ୍ଚଳର ଖେଳାଳି ମାନେ ଅଣଦେଖା ହେଉଛନ୍ତି…
ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା – ପୁରୁଷରେ ବାଲେଶ୍ବର, ମହିଳାରେ କିଟ୍ ଚମ୍ପିଅନ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ-ଖୋ (ବରିଷ୍ଠ) ପ୍ରତିଯୋଗିତା ଆଜି ଉଦଯାପିତ ହୋଇ ଯାଇଛି । ତିନିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର…