ଖେଳ ଓ ଖେଳାଳି ଭୁବନେଶ୍ୱରକୁ ହରାଇ ଲୁଟୁ ୱାରୀଅରସ ଚମ୍ପିୟାନ Angul OnlineOctober 10, 2022October 10, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଳିଆପଡା ଠାରେ ଅଲ ଇଣ୍ଡିଆ ମିନାକ୍ଷୀ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ ଅନୁଗୁଳ ଲୁଟୁ ୱାରୀଅରସ ଏବଂ ଭୁବନେଶ୍ୱରର ୟୁନିଟ ୯ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଲୁଟୁ ୱାରୀଅରସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୮ ଓଭରରେ ୧୦୫ ରନ କରିଥିଲା । ତେବେ ୧୦୬ ରନର ଲକ୍ଷ ନେଇ ଦ୍ଵିତୀୟରେ ବ୍ୟାଟିଂ କରିଥିବା ଭୁବନେଶ୍ୱର ଦଳ ୮ ଓଭରରେ ମାତ୍ର ୭୫ ରନ କରି ପରାଜୟ ସ୍ୱୀକାର କରିଥିଲା । ଏହି ଫାଇନାଲ ମ୍ୟାଚରେ ଲୁଟୁ ୱାରୀଅରସର ବିଜ୍ଞ ପ୍ରସାଦ ସାହୁ ମାତ୍ର ୨୦ ବଲରେ ୩୪ ରନ କରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରା ଯାଇଥିଲା । ସେହିଭଳି ପୁରା ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଟ ଖେଳ ପ୍ରଦର୍ଶନ କରିଥିବାରୁ ଲୁଟୁ ୱାରୀଅରସର ଆକାଶ ଚନ୍ଦନକୁ ମ୍ୟାନ ଅଫ ଦ ସିରିଜ ପୁରସ୍କାର ପ୍ରଦାନ କରା ଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ଛେଳିଆପଡା କ୍ଲବ ଆୟୋଜନ କରିଥିଲା । Advertisement
ମସଲମାନିଆ ଇଣ୍ଡିଆ ଚାମ୍ପିଆନ ସିପରେ ଚମକିଲେ ବିଦୁର ଅନୁଗୁଳ – ଦିଲ୍ଲୀରେ ଚମକିଲେ ଅନୁଗୁଳର ପୁଅ ବିଦୁର । ଶହ ଶହ ପ୍ରତିଦ୍ଵନ୍ଦୀଙ୍କୁ ପଛରେ ପକାଇ ଅନୁଗୁଳର ବିଦୁର କୁମାର ମହାପାତ୍ର ମସଲମାନିଆ ଇଣ୍ଡିଆ ୨୦୨୧…
ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଗ୍ରାମରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ରମେଶ ମେମୋରିଆଲ ନାମରେ ଅନୁଷ୍ଠିତ…
ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା – ତନିଷ୍କାଙ୍କ ସଫଳତା ତାଳଚେର – ପଶ୍ଚିମବଙ୍ଗର ଆସାନସୋଲଠାରେ ଚାଲିଥିବା ତିନିଦିନିଆ ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେରର ଝିଅ ତନିଷ୍ଠା ସାମନ୍ତ ସଫଳତା ପାଇ ରାଜ୍ୟବାସୀଙ୍କ ପାଇଁ ସୁନାମ ଆଣିଛନ୍ତି…