ମୁଖ୍ୟ ଖବର କୋଭିଡ କଟକଣା ଭିତରେ ମା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ Angul OnlineApril 26, 2021April 26, 2021 ତାଳଚେର – ତାଳଚେର ଗୋପାଳପ୍ରସାଦ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆଜି ହେଉଛି ବାର୍ଷିକ ଯାତ୍ରା । ନଅ ଦିନ ବ୍ୟାପୀ ମା‘ଙ୍କ ଏହି ପୂଜା ଅନୁଷ୍ଠିତ ହେବ । ସବୁ ବର୍ଷ ମା‘ଙ୍କର ଏହି ବାର୍ଷିକ ପୂଜାରେ ବେଶ ଜନ ସମାଗମ ହୁଏ । ଭକ୍ତ ମାନକ ନିକଟରେ ସିଧାସଳଖ ନୈବଦ୍ୟ ଅର୍ପଣ କରିଥାଏ । ମା ଆଉ ଭକ୍ତଙ୍କ ମଧ୍ୟରେ ନଥାନ୍ତି ପୂଜକ । ପ୍ରତ୍ୟେକ ବର୍ଷ ଘଣ୍ଟ , ଢୋଲ , ମହୁରି , ହରିବୋଲ ହୁଳହୁଳିରେ ଚତୁର୍ଦିଗ ପ୍ରକମ୍ପିତ ହୁଏ । ହେଲେ ଚଳିତ ବର୍ଷ ସେ ସବୁ ନାହିଁ କି ଭକ୍ତଙ୍କ ଗହଳି ନାହିଁ । ନବ ଦିନ ବ୍ୟାପି ହେବାକୁ ଥିବା ଏହି ଯାତ୍ରା ଓ ଲୋକ ମହୋତ୍ସବକୁ କୋଭିଡ କଟକଣା ଯୋଗୁଁ ବନ୍ଦ କରିବା ସହ ବିନା ଭକ୍ତରେ ପୂଜାର୍ଚ୍ଚନା ହେଉଛି । କେବଳ ରୀତିନୀତି ଅନୁସାରେ ମା‘ଙ୍କ ଏହି ବାର୍ଷିକ ପୂଜା ଅନୁଷ୍ଠିତ ହେଉଛି । ମନ୍ଦିର ଓ ମାଙ୍କ ଉଭାସ୍ଥଳୀରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗିବା ସହ ଦୁଇ ପ୍ଲାଟୁନ ପୋଲିସ ମୃତୟନ କରାଯାଇଛି । ଭକ୍ତ ମାନେ ମନ୍ଦିରକୁ ନ ଆସିବା ପାଇଁ ପୂର୍ବରୁ ନିବେଦନ କରା ଯାଇଥିଲା । ହେଲେ ମଧ୍ୟ ଭକ୍ତଙ୍କୁ କଟକଣା କରିବା ପାଇଁ ମନ୍ଦିର ପ୍ରବେଶ ପଥ , ମନ୍ଦିର , ଉଭା ସ୍ଥଳରେ ପୋଲିସ ମୃତୟନ କରା ଯାଇଛି । ଭକ୍ତ ଶୂନ୍ୟ ହୋଇପଡି ଥିବା ଯୋଗୁଁ ମନ୍ଦିର କମିଟି ତରଫରୁ ଜିଲ୍ଲାର ୬ ଟି ସ୍ଥାନରେ ଭକ୍ତଙ୍କ ପାଇଁ ଭୋଗ ହୁଣ୍ଡି ବ୍ୟବସ୍ଥା କରାଯାଇ ସ୍ୱତନ୍ତ୍ର ଗାଡି ମାଧ୍ୟମରେ ଅଣାଯାଇ ମା‘ଙ୍କୁ ଅର୍ପଣ କରାଯିବାର ବ୍ୟବସ୍ଥା କରାଯାଇଛି । Advertisement
ସରପଞ୍ଚଙ୍କୁ ଖାତିର କରୁ ନାହାଁନ୍ତି ଜେ.ଈ. – ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସରପଞ୍ଚ ଅନୁଗୋଳ – ପଞ୍ଚାୟତରେ ଜେଇ ମନମୁଖୀ କାମ କରୁଛନ୍ତି । ଯାହା ଫଳରେ ଉନ୍ନତିମୁଳକ କାର୍ଯ୍ୟରେ ବାଧା ଉପୁଜିଛି । ଏଥିପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନୁଗୋଳ…
କୂଅ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ରାଉତାଳ ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସୋମବାର …
ସୁରକ୍ଷାକର୍ମୀଙ୍କ ଗୁଳିରେ ଯୁବକ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏକଘରିଆ ଅଞ୍ଚଳରେ ଗୁଳି ମାଡରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣା ପଡ଼ିଛି । ଏକଘରିଆ ଠାରେ ବନ୍ଦ ହୋଇ…