ଖେଳ ଓ ଖେଳାଳି ମା କଳାପାଟ କ୍ରିକେଟ କପ୍ – ଗଡତରାଶ ବିଜୟୀ Angul OnlineDecember 30, 2022December 30, 2022 ଅନୁଗୁଳ – ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ତଳଗଡ ପଞ୍ଚାୟତ ରେ ମା କଳାପାଟ ଯୁବକ ସଂଘ ଦ୍ବାରା ଆୟୋଜିତ ମା କଳାପାଟ କ୍ରିକେଟ କପ୍ ୨୦୨୨ ର ଆଜି ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣାମେଣ୍ଟ ରେ ସମ୍ମାନିତ ଅତିଥୀ ଭାବେ ତଳଗଡ ସରପଞ୍ଚ ଶ୍ରୀଯୁକ୍ତ ଅରବିନ୍ଦ ପ୍ରଧାନ , ତଳଗଡ ଗ୍ରାମର ପୂର୍ବତନ ସଭାପତି ଶ୍ରୀଯୁକ୍ତ ପ୍ରାଣବନ୍ଧୁ ସାହୁ , ଯୁବ ନେତା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ । ଆଜିର ଫାଇନାଲ ମ୍ୟାଚ ଗଡତରାଶ ଓ ଶରଧାପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗଡତରାଶ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ଓଭରରେ ୧୦୦ ରନ ସଂଗ୍ରହ କରିଥିଲା । ଜବାବରେ ଶରଧାପୁର ଟିମ ୭୧ ରନ କରି ସମସ୍ତ ଓ୍ବିକେଟ ହରାଇଥିଲା । ଏହି ଟୁର୍ଣାମେଣ୍ଟ କୁ ପ୍ରଦ୍ୟୁମ୍ନ ପ୍ରଧାନ , ଶୁଭମ ସାହୁ , ରିଙ୍କୁ ବିଶ୍ବାଳ , ବିଶ୍ବଜିତ ଦେହୁରୀ , କାଳିଆ ସାହୁ , ରାଜେଶ ସାହୁ ତଥା ଯୁବକ ସଂଘର କର୍ମକର୍ତ୍ତା ମାନେ ସଫଳ ଭାବେ ଆୟୋଜନ କରିଥିଲେ । Advertisement
କମାଣ୍ଡୋ-୧୧ ଚମ୍ପିୟାନ ଅନୁଗୁଳ – ଲୁଟୁ ୱାରିଅର୍ସ ପ୍ରିମୀୟର ଲିଗ୍ ର ଫାଇନାଲ ମ୍ୟାଚ ସ୍ଥାନୀୟ ପିଟିସି ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲରେ ଭୁବନେଶ୍ଵରର କମାଣ୍ଡୋ-୧୧ ଓ…
ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସରେ ଚମକିଲେ ଅନୁଗୁଳ ଆଥଲେଟ ଅନୁଗୁଳ – ବାଙ୍ଗାଲୁରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ରିଲାଏନ୍ସ ଫାଉଣ୍ଡେସନର ଆଥଲେଟମାନେ ପ୍ରଭାବୀ…
ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଗ୍ରାମରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ରମେଶ ମେମୋରିଆଲ ନାମରେ ଅନୁଷ୍ଠିତ…