ଆଞ୍ଚଳିକ ମଧୁ ବାବୁ ଥିଲେ ନାରୀ ସ୍ବାଧୀନତାର ସୂତ୍ରଧର ଏବଂ ଓଡ଼ିଆ ସ୍ବାଭିମାନର ଜନ୍ମଦାତା Angul OnlineApril 29, 2023April 29, 2023 ଅନୁଗୋଳ – ଅନୁଗୋଳ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେହିଭଳି ମୁଖ୍ୟବକ୍ତା ଭାବେ ଅନୁଗୋଳ ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଓକିଲ ସଂଘ ସଭାପତି ଦିଲୀପ କମାର ସାହୁ ଓ ସାଧାରଣ ସମ୍ପାଦକ ହିମାଂଶ ଜଷଣ ସାମଲ ଉପସ୍ଥିତ ଥିଲେ । ଏହିଁ ସେହିଭଳି ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥ ଭାବେ ଅନୁଗୋଳ ବିଧାୟକ ତଥା ଉପବାଚସ୍ପତି ଗଜନୀକାନ୍ତ ସିଂହ , ମୁଖ୍ୟବକ୍ତା ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ , ସମ୍ମାନିତ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଯୋଗଦେଇଥିଲେ । ଏହି ଅବସରରେ ଅତିଥିମାନେ କହିଥିଲେ ଯେ , ମଧୁ ବାବୁ ଥିଲେ ନାରୀ ସ୍ବାଧୀନତାର ସୂତ୍ରଧର ଏବଂ ଓଡ଼ିଆ ସ୍ବାଭିମାନର ଜନ୍ମଦାତା । ଆଜିର ଯୁବ ପିଢି ଓକିଲାତି ପେସାକୁ ଆପଣାଇଛନ୍ତି । ଏହା ଆମ ସମାଜ ପାଇଁ ଶୁଭ ସଙ୍କେତ । ପରେ ଅନୁଗୋଳ ଓକିଲ ସଂଘ ସଭ୍ୟମାନଙ୍କ ଦ୍ବାରା ତାହା ଏହିଁ ଜୀବନ ନାଟକ ମଞ୍ଚସ୍ଥ ହୋଇଥିଲା . ଯାହାକୁ ବେଶ ମନଭରି ଉପଭୋଗ କରିଥିଲେ ଦର୍ଶକ । Advertisement
ରେଳ ଦୁର୍ଘଟଣା ଆହତଙ୍କ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଗୋଳ – ବାଲେଶ୍ଵର ଜିଲା ବାହାନଗା ଠାରେ ଶୁକ୍ରବାର ବିଳମ୍ବିତ ରାତିରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହି ରେଳ ସହ ଧକ୍କା ହେବା ଫଳରେ ଅନେକ ଲୋକଙ୍କ…
ଆଦି ଶଙ୍କରାଚାର୍ଯ୍ୟ ପ୍ରାକଟ୍ୟ ଦିବସ ପାଳିତ ଅନୁଗୁଳ – ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଆନୁକୂଲ୍ୟରେ ଶୈଳ ଶ୍ରୀକ୍ଷେତ୍ର ସଦଭାବାନା ଭବନଠାର ଶିବାବତାର ଭଗବତ୍ପାଦ ଜଗଦଗୁରୁ ଶ୍ରୀମଦ୍ ଆଦି…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ମଞ୍ଚର ବିକ୍ଷୋଭ ଅନୁଗୋଳ – ଅନୁଗୋଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ୟେଶରେ ୪୨୦୦ ଗ୍ରେଡ ପେ…