ଅପରାଧ କାରରୁ ଗଞ୍ଜେଇ ଜବତ – ୩ ଗିରଫ Angul OnlineAugust 29, 2022August 29, 2022 ଛେଣ୍ତିପଦା – ବୌଦ୍ଧ ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ଦେଇ ଚୋରା ଗଞ୍ଜେଇ ଚାଲାଣ ବେଳେ କାର ସହ ବିପୁଳ ପରିମାଣର ଗଞ୍ଜେଇ ଧରିବାକୁ ସଫଳ ହୋଇଛି ଛେଣ୍ତିପଦା ଥାନା ପୁଲିସ । ଜବତ କାରରୁ ୮୭ କେଜି ଜବତ କରିବା ସହ ଚୋରା କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଛେଣ୍ଡିପଦା ପୁଲିସ ଛେଣ୍ଡିପଦା ଫରେଷ୍ଟ ଅଫିସ ନିକଟରେ ଛକି ରହିଥିଲା । ସନ୍ଦେହରେ ଏକ ଅଲ୍ଟୋ କାରକୁ ଅଟକାଇ ଜାଞ୍ଚ ସେଥିରେ ୮୪ ଟି ପ୍ୟାକେଟରେ ଗଞ୍ଜେଇ ଥିବା ଦେଖା ଯାଇଥିଲା । ଓଜନ ବେଳେ ସମୁଦାୟ ୮୭ କେଜି ଗଞ୍ଜେଇ ଥିବା ଜଣା ପଡିଛି । ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ଓଲଣ୍ଡା ଅଞ୍ଚଳର ରମାକାନ୍ତ ନାୟକ , ଭୋଳା ସ୍ବାଇଁ ଓ ରେଢାଖୋଲ ଥାନା ଲାଣ୍ଡିମାଳର ବବୁଲ ଲୁହା ବୋଲି ଜଣା ପଡିଛି । Advertisement
ସାମାନ୍ୟ ବଚସାରୁ ଖୁରରେ ତଣ୍ଟି କାଟି ହତ୍ୟା ଉଦ୍ୟମ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ କୁମଣ୍ଠ ଚଣ୍ଡିବଜାର ଛକ ନିକଟରେ ଏକ ସେଲୁନ କର୍ମଚାରୀଙ୍କ ବେକକୁ ଖୁରରେ କାଟି ହତ୍ୟା ଉଦ୍ୟମ କରିଥିବା ଅନୁଗୁଳ ସଦର…
୧୭ ଗ୍ରାମ ବ୍ରାଉନସୁଗାର ଜବତ – ୫ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ପୁଲିସ ଆଜି ଦୁଇଟି ଭିନ୍ନ ଭିନ୍ନ ଜାଗାରୁ ପ୍ରାୟ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ…
ପଚାଷ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଲିଫ୍ଟ ଇରିଗେସନ ଡିପାର୍ଟମେଣ୍ଟର ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ କୁମାର ପ୍ରଧାନ ।ଦୁଇଟି ଲିଫ୍ଟ ଇରିଗେସନର ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ…