ସମସ୍ୟା ଏମସିଏଲର ସବ୍ କମିଟି ବୈଠକ – ୧୨ଟି ସମସ୍ୟାର ଆଲୋଚନା Angul OnlineDecember 4, 2021December 4, 2021 ଅନୁଗୁଳ -: ଅନୁଗୁଳ ଜିଲ୍ଲା ମହାନଦୀ କୋଲ ଫିଲ୍ଡ ଲିମିଟେଡ(ଏମସିଏଲ) ଅନ୍ତର୍ଗତ ବିଭିନ୍ନ ଖଣିରେ ବହୁ ଦିନରୁ ପଡି ରହିଥିବା ବିସ୍ଥାପନ ସମସ୍ୟାକୁ ନେଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସବ୍ କମିଟି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ସାହୁ ଓ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ପ୍ରମୁଖ ଯୋଗଦେଇଥିଲେ । ୧୨ଟି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏକ ବାସ୍ତବ, ସକରାତ୍ମକ ଓ ଫଳପ୍ରଦ ନିଷ୍ପତ୍ତି ନିଆଯିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ଆରପିଡିଏସି ଓ ସବ୍ କମିଟିରେ ନିଆଯାଉଥିବା ନିଷ୍ପତ୍ତି ଗୁଡିକୁ ଏମସିଏଲ ଗୁରୁତ୍ୱର ସହ ନେଇ ସମାଧାନ କଲେ ସମସ୍ତେ ଉପକୃତ ହେବେ ବୋଲି ସାଂସଦ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ଏମସିଏଲ ଜିଲ୍ଲା ପ୍ରଶାସନ ଓ କ୍ଷତିଗ୍ରସ୍ତ ପ୍ରଜା ବିଭିନ୍ନ ସମସ୍ୟାକୁ ଏକ ଦଳଗତ ମନୋବୃତ୍ତି ନେଇ ନିର୍ଦ୍ଧାରିତ ସମୟରେ ସମାଧାନ କରିବାକୁ ବିଧାୟକ ଶ୍ରୀ ପ୍ରଧାନ କହିଥିଲେ । ୨୦୦୬ ଥଇଥାନ ଓ ବିସ୍ଥାପନ ନୀତି ଅନୁଯାୟୀ ପ୍ରତ୍ୟେକ ବିସ୍ଥାପିତ ପରିବାରରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ନିଯୁକ୍ତି ଦେବା ଉପରେ ବିଧାୟକ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ବଲଣ୍ଡା ଗାଁର ବାଦ ପଡିଥିବା ଜମିହରା ପ୍ରଜା ବା ନୋମିନିଙ୍କୁ ନିଯୁକ୍ତି ପୁନର୍ବାସ ଦେବା ସହ ଯେଉଁ ପରିବାରରୁ କେହି ନିଯୁକ୍ତି ପାଇ ନାହାନ୍ତି ଏମସିଏଲ ନିଯୁକ୍ତି ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କଂସମୁଣ୍ଡା ଗାଁର ଜମିହରା ମାନଙ୍କର କଣିହାଁ ବଦଳରେ ତାଳଚେର ସହରାଞ୍ଚଳର ମୌଳିକ ଦୁରତ୍ବକୁ ବିଚାର କରି ଏମସିଏଲ ଜମିର କ୍ଷତିପୁରଣ ଯୋଗାଇଦେବା ଉପରେ ସଦସ୍ୟମାନେ ଗୁରୁତ୍ବ ପ୍ରଦାନ କରିଥିଲେ। ୨୦୧୫ ମସିହା ମାର୍ଚ୍ଚ ୧୮ ତାରିଖରେ ଜିଲ୍ଲାପାଳ ବଲଣ୍ଡା ଗାଁର ବିକଳ ନାଏକ ପରିବାରକୁ ନିଯୁକ୍ତି ଯୋଗାଇ ଦେବାକୁ ଅନୁମତି ପ୍ରଦାନ କରିଥିଲେ । ରାକସ ଗାଁର ପ୍ରକଳ୍ପ ବାସଚ୍ୟୁତ ୯ ଜଣ ପରିବାର ସାବାଳକ ନାତି ମାନଙ୍କୁ ପୃଥକ ଭାବେ ପୁନର୍ବାସ ସହାୟତା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ଏମସିଏଲର ରେକର୍ଡରେ ଭୁଲରେ ସ୍ଥାନ ପାଇଥିବା ଜନୈକ ବ୍ୟକ୍ତିକୁ ଯୋଗ୍ୟତା ଭିତ୍ତିରେ ଚାକିରି ଦେବାକୁ ପରାମର୍ଶ ଦିଆଯାଇଛି। ହିଲୋଇ, ଏକଡାଳ, ମାଳିବନ୍ଧ, କୁସୁମପାଳ, ମଝିକା ଓ ଲକେଇପଶି ଗ୍ରାମର ପ୍ରକଳ୍ପ ବାସଚ୍ୟୁତ ପରିବାରକୁ ସ୍ଥାନାଚ୍ୟୁତ କରାଯିବ। ଏହି ପରିବାର ଗୁଡିକ ବାସଚ୍ୟୁତ ହେବାର ସତ୍ୟପାଠ ଦେଖାଇଲେ ୫ ଲକ୍ଷ ଓ ସମ୍ପୂର୍ଣ୍ଣ ଭାବେ ଗ୍ରାମ ଛାଡିଲେ ଅବଶିଷ୍ଟ ୫ ଲକ୍ଷ ପ୍ରଦାନ କରାଯିବ । ଛାଡପତ୍ର ପାଇଥିବା ବ୍ୟକ୍ତି ଓ ପୋଷ୍ୟ ପୁତ୍ରମାନଙ୍କୁ ନିଯୁକ୍ତି ଦେବାକୁ ବୈଠକରେ ଆଲୋଚନା ହୋଇଥିଲା । ହିଙ୍ଗୁଳା ଡିଗ୍ରୀ କଲେଜ, ହାଇସ୍କୁଲ, ଖେମେଇ ସ୍କୁଲ, ଗୋପାଳପ୍ରସାଦ ପୁଲିସ ଫାଣ୍ଡି ଓ ଅନ୍ୟାନ୍ୟ ସର୍ବସାଧାରଣ ଅନୁଷ୍ଠାନକୁ ସ୍ଥାନାନ୍ତରଣ କରଯିବ । ଏହି ଭିତ୍ତିଭୂମୀ ଗୁଡିକ ଗୋପାଳପ୍ରସାଦ, ସୋଲଡା, କଲମଛୁଇଁ, କୋଚିଆନାଳୀକୁ ସ୍ଥାନାନ୍ତରଣ ହେବ । ବୈଠକରେ ଆରପିଡିଏସିର ନିଷ୍ପତ୍ତି କାର୍ଯ୍ୟକାରୀ କରିବା, ଡଅଁରା ଗ୍ରାମର ଜମିହରା ପ୍ରଜାଙ୍କୁ ନିଯୁକ୍ତି ଦେବା, କଟ ଅଫ୍ ତାରିଖ ପରେ ଜନ୍ମ ହୋଇଥିବା ସାବାଳକମାନଙ୍କୁ ନିଯୁକ୍ତି ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା । Advertisement
ଆରଡବ୍ଲୁଏସଏସ ଦ୍ୱାରା କୋଟି କୋଟି ଟଙ୍କାର ଦୁର୍ନୀତି – କଂଗ୍ରେସ ତାଳଚେର – ତାଳଚେର କଂଗ୍ରେସ ପକ୍ଷରୁ ଆରଡବ୍ଲୁଏସଏସ ଦ୍ୱାରା ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କରାଯାଇଛି…
ବିଭିନ୍ନ ସମସ୍ୟାର ସମାଧାନ ଦାବୀ ରେ ରାଜସ୍ବ କମିଶନରଙ୍କୁ ଦାବୀପତ୍ର ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଅନୁଗୁଳ ଜିଲ୍ଲା ସଚେତନ ନାଗରିକ ପକ୍ଷରୁ ଅନୁଗୁଳ ଗସ୍ତରେ ଥିବା ରାଜସ୍ବ କମିଶନର ଅନିଲ୍ ସାମଲଙ୍କୁ…
ନବକୃଷ୍ଣ ଚୌଧୁରୀ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନରେ ଅର୍ଦ୍ଧାଧିକ ପଦବୀ ଖାଲି ପଡିଛି – ଉଚ୍ଚ ଶିକ୍ଷାମନ୍ତ୍ରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଏକମାତ୍ର ନବକୃଷ୍ଣ ଚୌଧୁରୀ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଅର୍ଦ୍ଧାଧିକ ପଦବୀ ଖାଲି ପଡିଥିବା କଥା…