ମୁଖ୍ୟ ଖବର କୋଇଲା ଚୋରା ଚାଲାଣ ଅଭିଯୋଗରେ କୋଟିପତି ହୋମଗାର୍ଡ ଗିରଫ Angul OnlineMay 26, 2022May 26, 2022 ଅନୁଗୁଳ – ଅନଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଚୋରା କୋଇଲା ଚାଲାଣ ଅଭିଯୋଗରେ ଆଜି ଜଣେ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋମଗାର୍ଡ ଜଣଙ୍କ ହେଲେ ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦ କୁମାର ସାହୁ । ତାଙ୍କ ଘର ନରସିଂହପୁର , ପାଇକପଡାପାଟଣା । ସୂଚନା ଅନୁସାରେ ଗତ ଏପ୍ରିଲ ମାସ ୮ ତାରିଖରେ ଏକ ଟ୍ରକରେ କୋଇଲା ଚୋରା ଚାଲାଣ ବେଳେ ଏକ ଟ୍ରକକୁ ନିଶା ଶିଳ୍ପାଞ୍ଚଳ ପୁଲିସ ଧରିବାରେ ସକ୍ଷମ ହୋଇଥିଲା । ଏହି ଚୋରା ଚାଲାଣ ଅଭିଯୋଗରେ ପୁଲିସ ଡ୍ରାଇଭର ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ଟ୍ରକର ମାଲିକ ଧରା ପଡି ନଥିବା ବେଳେ ଗତକାଲି ପୁଲିସ ନରସିଂହପୁରରୁ ଟ୍ରକର ମାଲିକ ତଥା ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦକୁ ଗିରଫ କରି ଅନୁଗୁଳ ଆଣିଥିଲା । ଆଉ ଆଜି ତାକୁ କୋର୍ଟ ଚାଲାଣ କରିଛି । ତେବେ ଏହି ହୋମ ଗାର୍ଡ ପ୍ରମୋଦର କୁଆଡେ ୪ ରୁ ୫ ଟି ଟ୍ରକ ଓ ୩ ଟି ଏସି ବସ ଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି । ଏଣୁ ସେ ଜଣେ କୋଟିପତି ହୋମଗାର୍ଡ ବୋଲି ଚର୍ଚ୍ଚା ହେଉଛି । ତେବେ ଏ ନେଇ ପୁଲିସ ପାଖରେ ବିଶେଷ ସୂଚନା ନଥିବା ବେଳେ ଏ ନେଇ ତଦନ୍ତ କରା ଯାଉଛି ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । Advertisement
ଶଶୁର ଘର କୂଅରୁ ଜ୍ଵାଇଁର ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଶଶୁର ଘର କୂଅରୁ ଜ୍ଵାଇଁର ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ…
ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅନୁଗୁଳ ଛାତ୍ର ଅନୁଗୁଳ – ଅନୁଗୁଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ…
ଟ୍ରମା କେୟାର ଅଗ୍ନିକାଣ୍ଡରେ ଅନୁଗୁଳର ଶତାୟୁ ବ୍ୟକ୍ତିଙ୍କ ମୃତ୍ୟୁ ଅନୁଗୁଳ – ଏସସିବି ମେଡିକାଲ କଲେଜ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ୧୦ ଜଣଙ୍କର…