ଭଲ ଖବର ବିଧାୟକଙ୍କ କୋଭିଡ ଡାକ୍ତରଖାନା ପରିଦର୍ଶନ Angul OnlineMay 18, 2021May 18, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଆଜି ତାଳଚେର କୋଭିଡ ହସପିଟାଲ ପରିଦର୍ଶନ କରିଛନ୍ତି । ବିଧାୟକ ପିପିଇ କିଟ ପିନ୍ଧି ଡାକ୍ତରଖାନା ପରିଦର୍ଶନ କରିବା ସହ ରୋଗୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଜଣେ ବିଧାୟକ ଏଭଳି କୋଭିଡ଼ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ପିନ୍ଧି ତାଳଚେର ନେହେରୁ ଶତାବ୍ଦୀ ଚିକିତ୍ସାଳୟ ପରିସରରେ ଥିବା କୋଭିଡ ହସ୍ପିଟାଲରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଛନ୍ତି । ସଠିକ ଚିକିତ୍ସା ହେଉଛି ନା ନାହିଁ ସମସ୍ତଙ୍କୁ ସବୁ ସୁବିଧା ଉପଲବ୍ଧ ହେଉଛି ନା ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହ ଆଇସିୟୁର ସ୍ଥିତି , ଅକ୍ସିଜେନ , ରୋଗୀଙ୍କ ଖାଦ୍ୟପେୟ , ଔଷଧ ଏବଂ ଚିକିତ୍ସା କିପରି ଚାଲିଛି ସେ ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । Advertisement
ଜରପଡ଼ା ରେଳ ଷ୍ଟେସନରେ ୱାଇ-ଫାଇ ସେବା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ରେଳ ଷ୍ଟେସନରେ ୱାଇ-ଫାଇ ସେବା ଆରମ୍ଭ ହୋଇଛି । ଗତକାଲିଠାରୁ ଏହି ସେବା ଆରମ୍ଭ ହୋଇଥିବା ଭାରତୀୟ ରେଳ ପକ୍ଷରୁ…
ଅନୁଗୋଳ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ୱାରା ଭୂମି ସମ୍ମାନ ଅନୁଗୋଳ – ଅନୁଗୋଳ ଜିଲ୍ଲାକୁ ମିଳିଛି ଭୂମି ସମ୍ମାନ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଜମିଜମା…
ନିଟ ପ୍ରବେଶିକା ପରୀକ୍ଷାରେ ସଫଳ ଭାବେ ଉତ୍ତୀର୍ଣ୍ଣ ହେଲେ ରାକେଶ ଛେଣ୍ଡିପଦା – କଥାରେ ଅଛି ଯଦି ଆପଣ କୌଣସି ଏକ କାମକୁ ନିଷ୍ଠାର ସହିତ କରନ୍ତି ତାହେଲେ ତାହା ନିଶ୍ଚୟ ସଫଳ ହୋଇଥାଏ । ଏହି କଥାକୁ…