ଭଲ ଖବର ବିଧାୟକଙ୍କ କୋଭିଡ ଡାକ୍ତରଖାନା ପରିଦର୍ଶନ Angul OnlineMay 18, 2021May 18, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଆଜି ତାଳଚେର କୋଭିଡ ହସପିଟାଲ ପରିଦର୍ଶନ କରିଛନ୍ତି । ବିଧାୟକ ପିପିଇ କିଟ ପିନ୍ଧି ଡାକ୍ତରଖାନା ପରିଦର୍ଶନ କରିବା ସହ ରୋଗୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଜଣେ ବିଧାୟକ ଏଭଳି କୋଭିଡ଼ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ପିନ୍ଧି ତାଳଚେର ନେହେରୁ ଶତାବ୍ଦୀ ଚିକିତ୍ସାଳୟ ପରିସରରେ ଥିବା କୋଭିଡ ହସ୍ପିଟାଲରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଛନ୍ତି । ସଠିକ ଚିକିତ୍ସା ହେଉଛି ନା ନାହିଁ ସମସ୍ତଙ୍କୁ ସବୁ ସୁବିଧା ଉପଲବ୍ଧ ହେଉଛି ନା ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହ ଆଇସିୟୁର ସ୍ଥିତି , ଅକ୍ସିଜେନ , ରୋଗୀଙ୍କ ଖାଦ୍ୟପେୟ , ଔଷଧ ଏବଂ ଚିକିତ୍ସା କିପରି ଚାଲିଛି ସେ ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । Advertisement
ନିଟ ପ୍ରବେଶିକା ପରୀକ୍ଷାରେ ସଫଳ ଭାବେ ଉତ୍ତୀର୍ଣ୍ଣ ହେଲେ ରାକେଶ ଛେଣ୍ଡିପଦା – କଥାରେ ଅଛି ଯଦି ଆପଣ କୌଣସି ଏକ କାମକୁ ନିଷ୍ଠାର ସହିତ କରନ୍ତି ତାହେଲେ ତାହା ନିଶ୍ଚୟ ସଫଳ ହୋଇଥାଏ । ଏହି କଥାକୁ…
ଚାରୋଟି ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ କଲେ ବିଧାୟକ ବ୍ରଜ କିଶୋର ଅନୁଗୁଳ – ଅନୁଗୁଳ ଜିଲ୍ଲାର ଡାକ୍ତରଖାନାରେ ମୃତ୍ୟୁବରଣ କରୁଥିବା ଲୋକ ହେଉ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଶବ ସଂରକ୍ଷଣ କରିବା ଏବେ ଆହୁରି ସୁବ୍ୟବସ୍ଥିତ…
ସୋମବାର ଠାରୁ ଯୁବଗୋଷ୍ଠୀଙ୍କୁ ଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆସନ୍ତା କାଲି (ସୋମବାର) ଠାରୁ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ କରାଯିବ । ଅନ୍ୟ ଜିଲ୍ଲା ମାନଙ୍କରେ…