ପ୍ରତିଭା ସମ୍ମାନ ଉତ୍ସବ – ସମ୍ମାନୀତ ହେଲେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଭା

ଅନୁଗୁଳ – ଅନୁଗୁଳ ଜିଲ୍ଲାର ଆମ ପ୍ରତିଭା ଆମ ସ୍ବାଭିମାନର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି  ଏହି ଅବସରରେ ଅନୁଷ୍ଠାନ ତରଫରୁ ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଥିଲା । ପ୍ରାତଃ କାଳରେ ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ସାମୁହିକ ୧୦୮ ଦୀପଦାନ ସହିତ ସହର ମଧ୍ୟରେ ରହିଥିବା ପୂଜ୍ୟପୂଜା ତଥା ଭାରତ ବର୍ଷର ମହାପୁରଷ ଜାତିର ପିତା ମହାତ୍ମାଗାନ୍ଧୀ, ରାଜା ସୋମନାଥ ସିଂ ଜଗଦ୍ଦେବ ,ଉତ୍କଳ ମଣୀ ଗୋପବନ୍ଧୁ ଦାସ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଥିଲା । ଏହା ସହ ଏକ ସ୍ବେଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇ ୭୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ପରିଶେଷରେ ଏକ ସଭା କାର୍ଯ୍ୟ ଆୟୋଜନ କରାଯାଇଥିଲା  ଯେଉଁଥିରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତିଆଣ ରାଜନୀତିରୁ ଉର୍ଦ୍ଧ୍ବରେ ରହି ଓଡିଶାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁପରି ଭାବରେ ଏକ ସ୍ବଛ ଓ ନିରପେକ୍ଷ ଶାସନ ଦେଇଛନ୍ତି ସେହିପରି ଦଳଗତ ନିର୍ବିଶେଷରେ ଗୋଟିଏ ମଞ୍ଚରେ ସମସ୍ତଙ୍କୁ ସମ୍ମାନିତ କରିବା ଭଳି ଏକ ମହନୀୟ କାର୍ଯ୍ୟ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାର ଉଦାହରଣ ପାଲଟିଯାଇଛ ଢେ଼ଙ୍କାନାଳ ସାସଂଦ ତଥା ଆମ ପ୍ରତିଭା ଆମ ସ୍ବାଭିମାନର ଅନୁଷ୍ଠାନର ପ୍ରତିଷ୍ଠାତ ମହେଶ ସାହୁ  । ୧୯୯୯ ମସିହା ମହାବାତ୍ୟାର ବିଭିଷୀକା ପରେ ଅନ୍ଧକାର ଭିତରୁ ସୂର୍ଯ୍ୟୋଦୟ ହେବା ଭଳି ଉଦୟ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆମେରିକାର  ସୌଖୀନି ଜୀବନକୁ ତ୍ୟାଗ କରି ପୋଷାକ,ଜୀବନଚର୍ଯ୍ୟା,ଆନ୍ତରିକତା,ଭାବନା ଓ ବିଚାରରେ ସରଳ,ସ୍ବଛତା ଜୀବନ ଯାପନ କରି ୫ ଟି ମନ୍ତ୍ରକୁ ସଫଳ କରାଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ କରଣ ତଥା ଐତିହ୍ୟ ସମ୍ପନ୍ନ ମନ୍ଦିର ଭାବରେ ସାରା ବିଶ୍ବ ଦରବାରରେ ପ୍ରତିଷ୍ଠିତ କରାଇବାରେ ପ୍ରମୂଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସାଂସଦ ଶ୍ରୀ ସାହୁ ଅବିଭକ୍ତ ଢେଙ୍କାନାଳ-ଅନୁଗୁଳ ଜିଲ୍ଲାରେ ଦଳଗତ ନିର୍ବିଶେଷରେ ରାଜନୈତିକ, ଅଣ ରାଜନୈତିକ, ସାମାଜିକ, ଆଧ୍ୟାତ୍ମିକ, ସାଂସ୍କୃତିକ, ଶିକ୍ଷା, କ୍ରୀଡା, ଶିଳ୍ପ,କଳା,କାରିଗରୀ ତଥା ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ପ୍ରତିଭା ତଥା ପୂଜ୍ୟପୂଜା ମାନଙ୍କୁ ଚିହ୍ନଟ କରି ସମ୍ମାନୀତ କରାଯିବା ନିମନ୍ତେ ଏହି ଅନୁଷ୍ଠାନର ଜନ୍ମ ହୋଇଛି । ଆଜି ଶିଶୁ ଭାବରେ ଭୂମିଷ୍ଠ ହୋଇଥିବ ଏହି ଅନୁଷ୍ଠାନ ଆଗାମୀ ଦିନରେ ଏହି କାର୍ଯ୍ୟକୁ ଜାରି ରଖିବା ବୋଲି କହିଥିଲେ । ଆହୁରି ମଧ୍ୟ ଶେଷ ସ୍ବାଧୀନ ରାଜା ସୋମନାଥ ସିଂ ଜଗଦ୍ଦେବ,ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ସ୍ବାଧୀନତା ସଂଗ୍ରାମୀ ମାଳତୀ ଦେବୀ,ପଦ୍ମଶ୍ରୀ ରାଧାମୋହନ ଗଡନାୟକ ସହିତ ଶହୀଦ ତଥା ସ୍ବାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନକୁ ଏ ମାଟି ଭୂଲିବ ନାହିଁ ବୋଲି କହିଥିଲେ । ଅନୁଗୁଳ ମାଟିର ସନ୍ଥ ସ୍ବର୍ଗତ ଲକ୍ଷ୍ମଣାନନ୍ଦ ସରସ୍ବତୀ ସାମାଜିକ ସଂଗଠନ ଗଢିବାର ମୂଳମନ୍ତ୍ର ଦେଇଥିଲେ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଅବସର ପ୍ରାପ୍ତ ଅଧ୍ୟାପକ ବାମକାନ୍ତ ଗଡନାୟକ ଆଜି ମନୁଷ୍ୟ ପାଖରେ ଧନ ରତ୍ନ , ସୁଖ ଶାନ୍ତି ଅଛି କିନ୍ତୁ ମନୁଷ୍ୟତ ନାହିଁ ଫଳରେ ସମାଜ ଅଧୋପତନ ଆଡ଼କୁ ଗତି କରୁଛି । ଏଣୁ ଆମକୁ ସଚେତନ ହେବାକୁ ପଡିବ ବୋଲି ପ୍ରକାଶ କରିଥିଲେ । ଆଜିର ଏହି ସମ୍ମାନୀତ କାର୍ଯ୍ୟକ୍ରମରେ ପୂର୍ବତନ ପୌର ପରିଷଦ ଓ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ,ଲୋକ ପ୍ରତିନିଧି, ଶିକ୍ଷାବିତ୍,ଶିଳ୍ପୀ, କାରିଗର, କଳାକାର ତଥା ବିଭିନ୍ନ ବର୍ଗରୁ ଶତାଧିକ ପ୍ରତିଭାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର ସଭାପତି ବିମଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ମହେଶ ସାହୁ ସଭା ପରିଚାଳନା କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ସିନେ ତାରକା ଅଶୋକ ଦାଶ, ଆମ ପ୍ରତିଭା ଆମ ସ୍ବାଭିମାନର ସାଧାରଣ ସମ୍ପାଦକ ଭକ୍ତି ପ୍ରସାଦ ଦାସ ମଞ୍ଚାସିନ ଥିଲେ । ଏହି ପରିପ୍ରେକ୍ଷୀରେ ସାଂସଦ ଶ୍ରୀ ସାହୁଙ୍କ ସମ୍ପାଦନାର ୪୦ ବର୍ଷ ଧରି ଖବର ପ୍ରକାଶନ କରୁଥିବା ଆଗେଇବା ସାପ୍ତାହିକ ଖବରକାଗଜର ସ୍ବତନ୍ତ୍ର ବିଶେଷାଙ୍କ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଉପ ସଭାପତି  ଦୁର୍ଗା ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ମାତୃ ପ୍ରସାଦ ମିଶ୍ର ,ପ୍ରଦୀପ ଦେବତା,ଦିନେଶ ପ୍ରଧାନ, ପ୍ରତାପ ମହାପାତ୍ର, ବିଜୟ ବେହେରା, ଆଦିତ୍ୟ ପ୍ରସାଦ ମିଶ୍ର, ସୌରୀ ରଞ୍ଜନ ପଣ୍ଡା,ଗଦାଧର ସାହୁ,ସୁନିଲ ପ୍ରଧାନ, ମମତା ପ୍ରଧାନ, ସପେନ୍ଦ୍ର ସାହୁ,ପ୍ରକାଶ ଭୋଇ ପ୍ରମୁଖ ସହଯୋଗ କରିଥିଲେ

Advertisement

Leave a Reply

Your email address will not be published. Required fields are marked *

You cannot copy content of this page