ରାଜନୀତି ସାଂସଦ ମହେଶ ସାହୁଙ୍କ ଜନ ସମ୍ପର୍କ ବୈଠକ Angul OnlineJune 27, 2022June 27, 2022 ଅନୁଗୁଳ – ଅନୁଗୁଳ ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ସ୍ଥିତ ଶିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ଜନସମ୍ପର୍କ ଓ ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥୀ ଭାବେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଯୋଗ ଦେଇ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ , ଓଡିଶା ସରକାରଙ୍କର ଓ ସାଂସଦଙ୍କ ପାଣ୍ଠିରୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ବିଶେଷ କରି ନାଲକୋ , ଟାଟା ଓ ପାଓ୍ବାର ଗ୍ରୀଡ ରାଷ୍ଟ୍ରାୟତ ଉଦ୍ୟୌଗ ଗୁଡିକର ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି ଓ CSR ପାଣ୍ଠିରୁ ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ଶିକ୍ଷା , ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଦରକାର ପଡିଲେ ଜନସାଧାରଣ ମାନଙ୍କର ସ୍ବାର୍ଥ ଓ ହକ୍ ପାଇଁ ଆଗାମୀ ସମୟରେ ଜନ ଆନ୍ଦୋଳନ ପାଇଁ ମଧ୍ୟ ଆହ୍ବାନ କରିଥିଲେ । ସାଂସଦଙ୍କ ଜନ ସମ୍ପର୍କ ପ୍ରତିନିଧୀ ନରେଶ ବେହେରାଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ମାନିତ ଅତିଥୀ ଭାବେ ସାଂସଦଙ୍କ ପ୍ରତିନିଧୀ ଶ୍ରୀଯୁକ୍ତ ଭକ୍ତି ପ୍ରଶାଦ ଦାସ , ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଓ ସାଂସଦ ଙ୍କ ମୁନିସିପାଲିଟି ପ୍ରତିନିଧୀ ପୂର୍ଣଚନ୍ଦ୍ର ରାଉତ ସାମିଲ ହୋଇ ଓଡିଶା ସରକାର ଓ ସାଂସଦ ଙ୍କ ଜନସମ୍ପର୍କ ଅଭିଜାନ ବିଷୟରେ ଉଦଭୋଦନ ଦେଇଥିଲେ । Advertisement
ରଶ୍ମି ରଞ୍ଜନଙ୍କୁ ନଗର କଂଗ୍ରେସ ସଭାପତି ଦାୟିତ୍ୱ ଅନୁଗୁଳ – ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ଓ ନଗର/ବ୍ଲକ ସଭାପତିଙ୍କ ନାମ ଅନୁମୋଦିତ କରିଛନ୍ତି । ଏହି କମିଟିରେ…
କୋଭିଡ ହସ୍ପିଟାଲ ପାଇଁ ଚିଠି ଲେଖିଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଜିଲ୍ଲାରେ ଦୁଇଟି କୋଭିଡ…
ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ସଚିବଙ୍କୁ ବିଜେଡି ପକ୍ଷରୁ ଧନ୍ୟବାଦ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛିଛି । ଧନସମ୍ପତ୍ତି ନଷ୍ଟ…