ରାଜନୀତି ସାଂସଦ ମହେଶ ସାହୁଙ୍କ ଜନ ସମ୍ପର୍କ ବୈଠକ Angul OnlineJune 27, 2022June 27, 2022 ଅନୁଗୁଳ – ଅନୁଗୁଳ ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ସ୍ଥିତ ଶିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ଜନସମ୍ପର୍କ ଓ ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥୀ ଭାବେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଯୋଗ ଦେଇ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ , ଓଡିଶା ସରକାରଙ୍କର ଓ ସାଂସଦଙ୍କ ପାଣ୍ଠିରୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ବିଶେଷ କରି ନାଲକୋ , ଟାଟା ଓ ପାଓ୍ବାର ଗ୍ରୀଡ ରାଷ୍ଟ୍ରାୟତ ଉଦ୍ୟୌଗ ଗୁଡିକର ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି ଓ CSR ପାଣ୍ଠିରୁ ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ଶିକ୍ଷା , ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଦରକାର ପଡିଲେ ଜନସାଧାରଣ ମାନଙ୍କର ସ୍ବାର୍ଥ ଓ ହକ୍ ପାଇଁ ଆଗାମୀ ସମୟରେ ଜନ ଆନ୍ଦୋଳନ ପାଇଁ ମଧ୍ୟ ଆହ୍ବାନ କରିଥିଲେ । ସାଂସଦଙ୍କ ଜନ ସମ୍ପର୍କ ପ୍ରତିନିଧୀ ନରେଶ ବେହେରାଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ମାନିତ ଅତିଥୀ ଭାବେ ସାଂସଦଙ୍କ ପ୍ରତିନିଧୀ ଶ୍ରୀଯୁକ୍ତ ଭକ୍ତି ପ୍ରଶାଦ ଦାସ , ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଓ ସାଂସଦ ଙ୍କ ମୁନିସିପାଲିଟି ପ୍ରତିନିଧୀ ପୂର୍ଣଚନ୍ଦ୍ର ରାଉତ ସାମିଲ ହୋଇ ଓଡିଶା ସରକାର ଓ ସାଂସଦ ଙ୍କ ଜନସମ୍ପର୍କ ଅଭିଜାନ ବିଷୟରେ ଉଦଭୋଦନ ଦେଇଥିଲେ । Advertisement
ପ୍ରଚାରର ଶେଷ ଦିନରେ କଂଗ୍ରେସ ଜାରି କଲା ଇସ୍ତାହାର adv- ଅନୁଗୁଳ – ଅନୁଗୁଳ ପୌର ନିର୍ବାଚନ ପାଇଁ ଆଜି(ମଙ୍ଗଳବାର) ଶେଷଦିନ ଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ତଥା ପୌରାଧ୍ୟକ୍ଷ ପ୍ରାର୍ଥୀ ବାଳବୀର…
ବିଜେପିର ମୌନ ସତ୍ୟାଗ୍ରହ ଅନୁଗୁଳ – ସାରା ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଧି ଅଭିଯୋଗ ଓ ଚିଲିକାର ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡି ଚଢେଇ ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିବା…
ଜିଲ୍ଲା ପାଇଁ ଯୁବ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି…