ମୁଖ୍ୟ ଖବର କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Angul OnlineJune 28, 2022June 28, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା କାଜୁ ଜଙ୍ଗଲରୁ ଆଜି (ମଙ୍ଗଳବାର) ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣଙ୍କ କୋଶଳା ଗାଁ ଗଙ୍ଗାସାହିର ଦ୍ରୌପଦୀ ସାହୁ ବୋଲି ଜଣା ପଡିଛି । ତାଙ୍କୁ ହତ୍ୟା ପରେ ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରା ଯାଉଛି । ସୂଚନା ଅନୁସାରେ ଆଜି ସକାଳେ ଗାଁର କାଜୁ ଜଙ୍ଗଲରେ ଦ୍ରୌପଦୀଙ୍କ ମୃତଦେହ କାଜୁ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହା ଦେଖି ସେମାନେ ଦ୍ରୌପଦୀଙ୍କ ଏକ ମାତ୍ର ପୁଅ ଓ ପୁଲିସକୁ ସୂଚନା ଦେଇଥିଲେ । ଦ୍ରୌପଦୀଙ୍କ ବେକରେ ଏକ ଧଳା ଲୁଗା ଲାଗିଥିବା ବେଳେ ତାଙ୍କ ଗୋଦା ତଳେ ଲାଗିଛି ଏବଂ ହାତ ଗଛ ଡାଳରେ ଲାଗି ରହିଛି । ଏହା ଦେଖି ତାଙ୍କୁ କେହି ହତ୍ୟା କରିଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି । ତେବେ ଏହା ପ୍ରକୃତରେ ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ପାରି ନାହିଁ । ପୁଲିସ ଘଟଣାର ତଦନ୍ତ ପରେ ହିଁ ପ୍ରକୃତ ଘଟଣା ଜଣା ପଡିବ । Advertisement
ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ – ସ୍ନାତକରେ ୨ ଓ ପିଜିରେ ୧୦ ନୂଆ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସର୍ବପୁରାତନ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଗୌରବମୟ ଇତିହାସ ପୃଷ୍ଠାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି…
ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର ଅନୁଗୁଳ – ତୈଳ ଦରରେ ଆହେତୁକ ବୃଦ୍ଧି ପ୍ରତିବାଦରେ ଅନୁଗୁଳ କଂଗ୍ରେସ ରଣହୁଙ୍କାର ଦେଇଛି । ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା…
ନିଖୋଜ ବାଳକଙ୍କ ସନ୍ଧାନ ଦେଲେ ପୁରସ୍କୃତ କରାଯିବ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରଡ଼ା ଗାଁର ବିରଞ୍ଚି ନାଏକଙ୍କ ୧୦ ଶ୍ରେଣୀରେ ପଢ଼ୁଥିବା ପୁଅ ବିଭୁତି ନାଏକ କେଉଁଆଡ଼େ ଚାଲି ଯାଇଛନ୍ତି ।…