ଅପରାଧ ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ Angul OnlineJune 13, 2021June 13, 2021 କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ସଂସାମରା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ସେହି ଗାଁର ଶ୍ରୀନିବାସ ସାହୁ ବୋଲି ଜଣା ପଡିଛି । ଗୁରୁତର ୨ ଜଣ ହେମନ୍ତ ସାହୁ ଓ ବିପ୍ରବର ସାହୁ । ୪ ରୁ ୫ ବର୍ଷ ହେବ ପଡ଼ୋଶୀ ପ୍ରଶାନ୍ତ ସାହୁଙ୍କ ପରିବାର ସହ ଶ୍ରୀନିବାସଙ୍କ ପରିବାରର ଜମିବାଡ଼ି ବିବାଦ ଲାଗିରହିଥିଲା । ଗତକାଲି ସନ୍ଧ୍ୟାରେ ଏହା ଉଗ୍ର ରୂପ ନେଇଥିଲା । ପ୍ରଶାନ୍ତଙ୍କ ପରିବାର ସଦସ୍ୟଙ୍କ ଆକ୍ରମଣରେ ଶ୍ରୀନିବାସଙ୍କ ପରିବାରର ୩ ଜଣ ଗୁରୁତର ହୋଇଥିଲେ । ସେଥିମଧ୍ୟରୁ ଶ୍ରୀନିବାସଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । Advertisement
ଚୋରି କରିବା ବେଳେ ଘର ମାଲିକ ପଳାଇ ଆସିବାରୁ ଆକ୍ରମଣ କରି ଲୁଟ ତାଳଚେର – ଘରେ କେହି ନଥିବାର ସୁଯୋଗ ନେଇ ଚୋରି କରୁଥିଲେ । ଏହି ସମୟରେ ହଠାତ ଘର ମାଲିକ ପଳାଇ ଆସିବାରୁ ଘର ମାଲିକଙ୍କୁ ଆକ୍ରମଣ…
ଭୁଜାଲିରେ ହାଣି ତିନି ଲକ୍ଷ ପଚାଶ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଅନୁଗୁଳ – ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୩ ଲକ୍ଷ ୫୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଛେଣ୍ଡିପଦା ଅଞ୍ଚଳରେ । ସୂଚନା…
ଏଟିଏମରୁ ନେଇ ପାରିଲେ ନାହିଁ ଟଙ୍କା – ନେଇଗଲେ ବ୍ୟାଟେରୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁରେ ଥିବା ଦୁଇଟି ଏଟିଏମରୁ ବିଳମ୍ବିତ ରାତିରେ ଚୋରୀ ଉଦ୍ୟମ ହୋଇଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି…