ଅପରାଧ ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ Angul OnlineJune 13, 2021June 13, 2021 କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ସଂସାମରା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ସେହି ଗାଁର ଶ୍ରୀନିବାସ ସାହୁ ବୋଲି ଜଣା ପଡିଛି । ଗୁରୁତର ୨ ଜଣ ହେମନ୍ତ ସାହୁ ଓ ବିପ୍ରବର ସାହୁ । ୪ ରୁ ୫ ବର୍ଷ ହେବ ପଡ଼ୋଶୀ ପ୍ରଶାନ୍ତ ସାହୁଙ୍କ ପରିବାର ସହ ଶ୍ରୀନିବାସଙ୍କ ପରିବାରର ଜମିବାଡ଼ି ବିବାଦ ଲାଗିରହିଥିଲା । ଗତକାଲି ସନ୍ଧ୍ୟାରେ ଏହା ଉଗ୍ର ରୂପ ନେଇଥିଲା । ପ୍ରଶାନ୍ତଙ୍କ ପରିବାର ସଦସ୍ୟଙ୍କ ଆକ୍ରମଣରେ ଶ୍ରୀନିବାସଙ୍କ ପରିବାରର ୩ ଜଣ ଗୁରୁତର ହୋଇଥିଲେ । ସେଥିମଧ୍ୟରୁ ଶ୍ରୀନିବାସଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । Advertisement
ଘର ତଳୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର – ଘଟଣାରେ ଡିଆଇଜି ରଖିଲେ ପ୍ରତିକ୍ରିୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଜେରେଙ୍ଗ ଦେହୁରୀ ସାହିର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ବିଭୁତି ଗଡ଼ନାୟକଙ୍କ ଘର ଆଗରୁ ଆଜି ସକାଳେ…
ଭିଜିଲାନ୍ସ କବଜାରେ ସହକାରୀ ନିର୍ବାହୀ ଯନ୍ତ୍ରୀ – ୫୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର RWSS ର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି…
ଯୁବକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ଅନୁଗୁଳ- ଅନୁଗୁଳ ସହର ହୁଲୁରିସିଂହାରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକକୁ ବିଭତ୍ସ ହତ୍ୟା କରାଯାଇଛି। ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି…