ଅପରାଧ ଏଟିଏମରୁ ନେଇ ପାରିଲେ ନାହିଁ ଟଙ୍କା – ନେଇଗଲେ ବ୍ୟାଟେରୀ Angul OnlineFebruary 12, 2022February 12, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁରେ ଥିବା ଦୁଇଟି ଏଟିଏମରୁ ବିଳମ୍ବିତ ରାତିରେ ଚୋରୀ ଉଦ୍ୟମ ହୋଇଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି ଚୋର । ଆଉ ବିଫଳ ଚୋର ମାନେ ଗୋଟିଏ ଏଟିଏମରୁ ବ୍ୟାଟେରୀ ନେଇ ପଳାଇଥିବା ଜଣା ପଡିଛି । ସୂଚନା ଅନୁସାରେ କୋଶଳା ଗାଁରେ ଥିବା ଏସବିଆଇ ଏଟିଏମରେ ବିଳମ୍ବିତ ରାତିରେ ଚୋର ପଶି ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ କରିଥିଲେ । ତେବେ ଏଥିରେ ବିଫଳ ହେବା ପରେ ସେଠାରେ ଥିବା ବ୍ୟାଟେରୀ ନେଇ ପଳାଇ ଯାଇଥିଲେ । ସେହିପରି ଆକ୍ସିସ ବ୍ୟାଙ୍କ ଏଟିଏମ ବ୍ୟାଙ୍କର ଏଟିଏମରୁ ମଧ୍ୟ ଚୋରି ଉଦ୍ୟମ କରି ବିଫଳ ହୋଇଥିଲେ । ତେବେ ସକାଳେ ଲୋକ ଏଟିଏମ ଭଙ୍ଗା ରୁଜା ହୋଇଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଠକେଇ ଅଭିଯୋଗରେ ମହିଳା ଗିରଫ ଅନୁଗୁଳ – ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣଙ୍କର ହେଲେ ଅନୁଗୁଳ ସହର…
ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଜଣଙ୍କୁ ଧରିଲା ଅବକାରୀ ବିଭାଗ ଅନୁଗୋଳ – ଅନୁଗୋଳ ଥାନା ବୃନ୍ଦାବନ ହୋଟେଲ ନିକଟରୁ ଆଜି ଏକ ସ୍କୁଟିରେ ୨୧ କେଜି ଗଞ୍ଜେଇ ନେଇ ଯାଉଥିବା ବେଳେ ଦୁଇ ଜଣଙ୍କୁ ଅବକାରୀ…
ନାଳରେ ଭାସୁଛି ନବଜାତକର ମୃତଦେହ ଛେଣ୍ଡିପଦା – ନାଳରେ ଭାସୁଛି ନବଜାତକର ମୃତଦେହ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ଗ୍ରାମ ନିକଟ ଦେଇ ବହି ଯାଇଥିବା ବଡଯୋରା ନାଳରେ ଏକ…