ବାଣିଜ୍ୟ ନାଲକୋ ଘରୋଇକରଣ ପ୍ରସଙ୍ଗ – ଲୋକସଭାରେ ସାଂସଦଙ୍କ ପ୍ରଶ୍ନ Angul OnlineFebruary 3, 2022February 3, 2022 ଅନୁଗୁଳ – କେନ୍ଦ୍ର ସରକାର ନାଲକୋର ଘରୋଇକରଣ କରିବାକୁ ଯୋଜନା କରୁଥିବା ବେଳେ ବିଭିନ୍ନ ଶ୍ରମିକ ସଂଗଠନ ତଥା ଅଞ୍ଚଳବାସୀ ଏହାକୁ ବିରୋଧ କରୁଛନ୍ତି । ନାଲକୋ ଏକ ଲାଭଦାୟକ ସଂସ୍ଥା ହୋଇଥିବା ବେଳେ ଏହାକୁ କାହିଁକି ଘରୋଇକରଣ କରାଯିବ ବୋଲି ପ୍ରଶ୍ନ କରିବା ସହ ଅନେକ ଦିନ ହେଲା ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ବିରୋଧ କର ଯାଉଛି । ଆଜି (ଗୁରୁବାର)ଢେଙ୍କାନାଳ ସାଂସଦ ମହେଶ ସାହୁ ଲୋକସଭାରେ ଏ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି । ସାଂସଦ ଶ୍ରୀ ସାହୁ କେନ୍ଦ୍ର ଅର୍ଥ ଏବଂ ଖଣି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି କି ନାଲକୋ ଏକ ନବରତ୍ନ କମ୍ପାନୀ । ଓଡ଼ିଶାରେ ଏହି କମ୍ପାନୀ ପ୍ରତ୍ୟକ୍ଷ ଭାବେ ୬ ହଜାର ଲୋକଙ୍କୁ ନିଯୁକ୍ତି ଦେଇଥିବା ବେଳେ ପରୋକ୍ଷ ଭାବେ ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇଛି । କମ୍ପାନୀରେ ପରିଚାଳନାଗତ ଅବ୍ୟବସ୍ଥା ନେଇ କେନ୍ଦ୍ର ଏହି କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ଚାହୁଁଛି । ଓଡ଼ିଶା ବାସୀ ଏହି ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ କରନ୍ତି । ତେଣୁ କେନ୍ଦ୍ର ସରକାର ତୁରନ୍ତ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସାଂସଦ ମହେଶ ସାହୁ ପ୍ରଶ୍ନ ଉଠାଇଛନ୍ତି । Advertisement
ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମେଗା ଏସ ଏଚ ଜି ସମନ୍ୱୟ ମେଳା ଅନୁଷ୍ଠିତ ଅନୁଗୁଳ – ମଙ୍ଗଳବାର ଅପରାହ୍ନ ରେ ଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅଡ଼ିଟରିୟମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନୁଗୁଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ମେଗା…
ସାଇନ ୧00 ର ବଜାର ପ୍ରବେଶ ଅନୁଗୋଳ – ଅନୁଗୋଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ Honda ର ବହୁ ପ୍ରତିକ୍ଷିତ Motorcycle Shine…
ପବିତ୍ର ଧନତେରସ ଏବଂ ଦୀପାବଳିରେ ଲକ୍ଷ୍ମୀ ହୋଣ୍ଡା ତରଫରୁ Scratch & Win Offer ଅନୁଗୁଳ – Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ ପବିତ୍ର ଧନତେରସ ଏବଂ ଦୀପାବଳି ଅବସରରେ scratch &…