ଆଞ୍ଚଳିକ ଜାତୀୟ ରାଜପଥ ୫୫ କାଦୁଅ ପଚପଚ Angul OnlineJuly 17, 2022July 17, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ବର୍ତ୍ତମାନ ମରଣ ଯନ୍ତା ସାଜିଛି । ମୁଖ୍ୟତଃ ବଅଁରପାଳ ଠାରେ ରାସ୍ତାର ଅବସ୍ଥା ଦେଖିଲେ ଏହା ଜାତୀୟ ରାଜପଥ ନୁହେଁ ବରଂ କୌଣସି ବିଲ ଭଳି ଅନୁମେୟ ହେଉଛି । ସନ୍ତ୍ରୀଛକ ଠାରୁ ବଅଁରପାଳ ବ୍ଲକ ସମ୍ମୁଖ ପର୍ଯ୍ୟନ୍ତ ରାସ୍ତା ଏଭଳି ହୋଇଛି ଯେ ଚାଲି ଯିବା ମଧ୍ୟ ଅସମ୍ଭବ ହୋଇ ପଡିଛି । ଗତ କିଛିଦିନ ତଳେ ଏହି ରାସ୍ତା ମରାମତି ହୋଇଥିଲା । ତେବେ ଡ୍ରେନେଜ ବ୍ୟବସ୍ଥା ନଥିବା ଏବଂ ଉଚ୍ଚ ମାନର କାମ ନ ହେବା ଯୋଗୁଁ ବର୍ଷା ପରେ ପରେ ନୂତନ ଭାବେ ମରାମତି ହୋଇଥିବା ରାସ୍ତା ପୁଣି ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଛି । ଫଳରେ ମରାମତି ପାଇଁ ଯେଉଁ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା ପାଣିରେ ପଡିଛି । ଏହି ରାସ୍ତା ଦେଇ ଟାଟା ଷ୍ଟିଲ ,ନବ ଭାରତ ଭେଞ୍ଚର ଲିମିଟେଡ଼ କମ୍ପାନୀ,ବିଆରଜି , ଏମସିଏଲ ଆଦି କମ୍ପାନୀର ବହୁ ଗାଡି ଚଳା ଚଳ ହେଉଛି । କିନ୍ତୁ ରାଜପଥ କର୍ତ୍ତୃପକ୍ଷଙ୍କ କଥା ଦୂରରେ ଥାଉ ଏହି କମ୍ପାନୀର କର୍ତ୍ତୃପକ୍ଷଙ୍କର ମଧ୍ୟ ଏହି ରାସ୍ତା ଉପରେ ନଜର ପଢୁ ନାହିଁ । ରାସ୍ତା ସାରା ବଡ଼ ବଡ଼ ଖାଲ ସଙ୍ଗଙ୍କୁ କାଦୁଅ ପଚ ପଚ । ବଡ଼ ବଡ଼ ଟ୍ରକ ଯିବା ଆସିବା କରିବା କଷ୍ଟକର ହେଉଥିବା ବେଳେ ଛୋଟ ଗାଡି , ମୋଟରସାଇକେଲ , ସାଇକେଲ ଆରୋହି ଯାଇ ପାରୁ ନାହାନ୍ତି । ଜରୁରୀ କାମରେ କିଏ ଗଲେ କାଦୁଅରେ କଚଡ଼ା ଖାଉଛନ୍ତି । ରାସ୍ତା କଡରେ ପଡିଥିବା ପାଉଁଶ ଗୁଣ୍ଟ ଜନସାଧାରଣଙ୍କ ପାଇଁ ଆହୁରି ବିପଦ ପୂର୍ଣ୍ଣ ହୋଇ ପଡିଛି । କମ୍ପାନୀ ଗୁଡିକ ରାସ୍ତା କଡରେ ଗଦାଇ ଥିବା ପାଉଁଶ ବର୍ତ୍ତମାନ ବର୍ଷା ଜଳରେ ଭାସି ରାସ୍ତା ଉପରେ କାଦୁଅ ସୃଷ୍ଟି କରିଛି । ବଅଁରପାଳଠାରେ ଏଭଳି ରାସ୍ତା ପାଇଁ ଏବେ ଲୋକ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ବେଳେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । Advertisement
ପୁଲିସ ଏସ୍.ଆଇ. ମାନଙ୍କ ଦୀକ୍ଷାନ୍ତ ସମାରୋହ(ଭିଡିଓ) ଅନୁଗୁଳ – ଅନୁଗୁଳ ପୁଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍ଆଇ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ…
ଘରୋଇ ସ୍କୁଲ ଫି ଆଦାୟ ପ୍ରସଙ୍ଗ – ୨ ଅଧ୍ୟକ୍ଷଙ୍କ ନାମରେ ରୁଜୁ ହେଲା ମାମଲା ଅନୁଗୁଳ – ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗକୁ ସାରା ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ବଢ଼ି ଚାଲିଛି ଅସନ୍ତୋଷ । ରାଜ୍ୟ…
ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ବେଳେ କଳା ପତାକା ପ୍ରଦର୍ଶନ – ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଅଟକ ଅନୁଗୁଳ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଅନୁଗୁଳରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।…