ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନୂତନ କର୍ମକର୍ତ୍ତା

ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ହୋଇଛନ୍ତି । ଚଳିତ ବର୍ଷ ପୁରୁଣା କମିଟିର କାର୍ଯ୍ୟକାଳ ଶେଷ ହେଉଥ‌ିବାରୁ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ପଟନାୟକ ନିର୍ଦ୍ଦେଶରେ ନିର୍ବାଚନ ପାଇଁ ଗତ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସଭାପତି ଓ ସମ୍ପାଦକ ପାଇଁ ଯଥା କ୍ରମେ ଦୀପକ କୁମାର ବର୍ମା ଓ ଅଶୋକ କୁମାର ମୋଦି ନାମାଙ୍କନ ଦାଖଲ କରିଥିଲେ । ତେବେ ଏହି ଦୁଇ ପ୍ରାର୍ଥୀଙ୍କ ବିପକ୍ଷରେ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ତେଣୁ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ପଟ୍ଟନାୟକ ସଭାପତି ଭାବେ ଦୀପକ ବର୍ମାଙ୍କୁ ଓ ସମ୍ପାଦକ ଭାବେ ଅଶୋକ କୁମାର ମୋଦିଙ୍କୁ ଘୋଷଣା କରିଥିଲେ ।

Advertise
Advertisement

Leave a Reply

Your email address will not be published. Required fields are marked *