ଆଞ୍ଚଳିକ ଦୁର୍ଗା ପୂଜା ସମିତି ଅମଲାପଡାର ନୂତନ କର୍ମକର୍ତ୍ତା ଚୟନ Angul OnlineSeptember 13, 2021September 13, 2021 ଅନୁଗୁଳ – ଅନୁଗୁଳ ଦୁର୍ଗା ପୂଜା ସମିତି ଅମଲାପଡାର ଚଳିତ ବର୍ଷ ମା ଦୁର୍ଗାଙ୍କ ଶାରଦୀୟ ପୂଜା ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ ଅମଲାପଡାସ୍ଥିତ ଦୁର୍ଗା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଶ୍ରୀ ଭକ୍ତି ପ୍ରସାଦ ଦାସ ସଭାପତି , ତପନ ଦାସ କାର୍ଯ୍ୟକାରୀ ସଭାପତି , ନରୋତମ ମହାନ୍ତି , ଅଜୟ ପଟ୍ଟନାୟକ ଉପସଭାପତି , ଦୀପକ କୁମାର ସାମାନ୍ତ ସାଧାରଣ ସମ୍ପାଦକ , ତୋଫାନ ତ୍ରିପାଠୀ ଓ ସୁକାନ୍ତ ସାହୁ ସହ ସମ୍ପାଦକ , ଜ୍ୟୋତିରଞ୍ଜନ ପଟ୍ଟନାୟକ କୋଷାଧକ୍ଷ ଓ ଜ୍ୟୋତି ପ୍ରକାଶ ତ୍ରିପାଠୀଙ୍କୁ ସହ କୋଷାଧ୍ୟକ୍ଷ ଭାବେ ସର୍ବସମତି କ୍ରମେ ୨୦୨୧ ମସିହା ଦୁର୍ଗା ପୂଜାର ସୁପରିଚାଳନା ପାଇଁ ମନୋନୀତ କରାଯାଇଛି । ନୂତନ କମିଟିର କାର୍ଯ୍ୟକାଳ ୧ ବର୍ଷ ପାଇଁ ରହିଥିବା ବେଳେ , ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର କୋଭିଡ ଗାଇଡ଼ ଲାଇନ ମୁତାବକ ପୂଜା ବିଧି ଅନୁଷ୍ଠିତ ହେବ ବୋଲି ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ପୂର୍ବରୁ ପ୍ରାକ୍ତନ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାମନ୍ତ ପୂର୍ବ ବର୍ଷ ଦୁର୍ଗା ପୂଜା ର ଆୟ ଓ ବ୍ୟୟ ସଂକ୍ରାନ୍ତିୟ ତଥ୍ୟ ଉପସ୍ଥାପନ କରିଥିଲେ । Advertisement
ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ସ୍ୱାଧୀନ ନିର୍ଦେଶକ ହେଲେ କାଳନ୍ଦୀ ସାମଲ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କୁ ଭାରତ ସରକାରଙ୍କର ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ସ୍ୱାଧୀନ ଡ଼ାଇରେକ୍ଟର ଭାବେ…
ଶିକ୍ଷକଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଅନୁଗୁଳ – ଅନୁଗୁଳ ବ୍ଲକ୍ ଇଙ୍କରବନ୍ଧ ଗାଁର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପ୍ରଧାନ(୭୧)ଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି । କିଛିଦିନ…
ଗୋଟିଏ ଦିନରେ ୪୫ ହଜାର ଜୋରିମନା – ମୋଦୀ କଲେକ୍ସନ ୫ ଦିନ ପାଇଁ ସିଲ ଅନୁଗୁଳ – କୋଭିଡ ନିୟମ ପାଳନ ନ କରିବା ଯୋଗୁଁ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପ୍ରଶାସନ । ଜିଲ୍ଲାରେ କାରୋନା ସଂକ୍ରମଣ…