ଅନୁଗୁଳ – ଅନୁଗୁଳ ଜିଲ୍ଲା ଟିକରପଡା , ହାତିବାରି ଗାଁର ପ୍ରମୋଦ ଗଡତିଆ ନାମକ ଜଣେ ବ୍ୟକ୍ତିଙ୍କ ଶୋଇବା ଘରୁ ଏକ ୯ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି ।
ସୂଚନା ଅନୁସାରେ ପ୍ରମୋଦ ଗତକାଲି ସନ୍ଧ୍ୟାରେ ଶୋଇବା ଘରେ ଏକ ବିରାଟ ବଡ ସାପ ଥିବା ଦେଖିବାକୁ ପାଇଥିଲେ । ସେ ଏହା ଦେଖି ଅନୁଗୁଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ । ଆଦିତ୍ୟ ଖବର ପାଇ ରାଙ୍କ ସାଥି ବିଜୁ ଭୋଇ ଏବଂ ବନ ବିଭାଗ ୱାଚର ଲଷ୍ମଣ ମିର୍ଧା ଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ପ୍ରମୋଦଙ୍କ ଶୋଇବା ଘରେ ଅହିରାଜ ସାପ ଥିବା ଦେଖି ସତର୍କତାର ସହ ସାପଟିକୁ ଉଦ୍ଧାର କରିଥିଲେ । ସେଠାରୁ ଏହି ୯ ଫୁଟର ଅହିରାଜ ସାପଟିକୁ ଉଦ୍ଧାର କରି ଫରେଷ୍ଟର ରଞ୍ଜନ ଦେହୁରୀ ଓ ଫରେଷ୍ଟ ଗାର୍ଡ ସୁବ୍ରତ ପଣ୍ଡା ଙ୍କ ଉପସ୍ଥିତ ରେ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିଲେ ।