ମୁଖ୍ୟ ଖବର ସାତକୋଶିଆ ହେଲା ବାଘ ଶୂନ୍ଯ !! Angul OnlineFebruary 26, 2024February 26, 2024 ଅନୁଗୁଳ – ୨୦୨୩-୨୪ ରେ ବାଘ ଗଣନା ରିପୋର୍ଟ ପ୍ରକାଶ କରିଛି ୱାଇଲ୍ଡ ଲାଇଫ ଓଡିଶା । ଏହି ରିପୋର୍ଟ ଅନୁସାରେ ଓଡିଶାରେ ଗୋଟିଏ ନେସନାଲ ପାର୍କ , ଗୋଟିଏ ପ୍ରସ୍ତାବିତ ନେସନାଲ ପାର୍କ ଏବଂ ୧୯ ଟି ବନ୍ଯଜନ୍ତୁ ଅଭୟାରଣ୍ଯ ରହିଛି । ଏହି ସବୁ ଅଞ୍ଚଳରେ କ୍ଯାମେରା ଟ୍ରାପ ମାଧ୍ଯମରେ ଗଣନା କରା ଯାଇଥିବା ବେଳେ ଏହି ଗଣନା ଅନୁସାରେ ରାଜ୍ୟରେ ମୋଟ ବାଘ ସଂଖ୍ୟା ୩୮ ରହିଛି । ଏମାନଙ୍କ ମଧ୍ଯରେ ୨୭ ଟି ବାଘ କ୍ଯାମେରାରେ ଟ୍ରାପ ହୋଇଥିବା ବେଳେ ୩ ଟି ଶିମିଳିପାଳ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ଏହା ସହ ୮ ଟି ବାଘ ଶାବକ ଥିବା ୱାଇଲ୍ଡ ଲାଇଫ ସ୍ପଷ୍ଟ କରିଛି । ତେବେ ଏହି ସବୁ ବାଘ ଓ ବାଘୁଣି ଶିମିଳିପାଳ , କେନ୍ଦୁଝର , ପାରଳାଖେମୁଣ୍ଡି ଓ ହିରାକୁଦ ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ସାତକୋଶିଆରେ କୌଣସି ବାଘ ନଥିବା ସ୍ପଷ୍ଟ କରିଛି ୱାଇଲ୍ଡ ଲାଇଫ । Advertisement
ରେଞ୍ଜରଙ୍କ ମାଡରେ ବନ କର୍ମଚାରୀ ଗୁରୁତର ଅଭିଯୋଗ ପାଲଲହଡା – ରେଞ୍ଜରଙ୍କ ମାଡରେ ଜଙ୍ଗଲ ଜଗୁଆଳି ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଜଗୁଆଳିଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣା…
ବିନା ପଦବୀରେ ହାକିମି ଏତେ !! ଆଜିଠାରୁ ନୋମିନୀ ହେଲେ – ହେବେ କେତେ ? ଅନୁଗୁଳ – ଅନୁଗୁଳ ବ୍ଲକ୍ କାର୍ଯ୍ୟାଳୟରେ ଜଣେ ବିଜେପି ନେତାଙ୍କ ହାକିମତି ଦେଖିବାକୁ ମିଳିଛି । କାର୍ଯ୍ୟାଳୟର ବଡ଼ବାବୁଙ୍କ ଚଉକିକୁ କବ୍ଜା କରିବା ସହିତ ଯନ୍ତ୍ରୀ ଓ…
ମୋବାଇଲ ଚୋର ଧରିବାକୁ ଯିବା ବେଳେ ପୁଲିସକୁ କାମୁଡି ଦେଲା – ୨ ଗିରଫ ପାଲଲହଡ଼ା – ଏକ ଚୋରା ମୋବାଇଲ କିଣିଥିବା ଜଣେ ଯୁବକକୁ ଧରିବାକୁ ଯାଇ ପୁଲିସକୁ ହଟହଟା ହେବା ସହ ଉକ୍ତ ଯୁବକଙ୍କ ଆକ୍ରମଣରେ ଲହୁଲୁହାଣ ହେବାକୁ ପଡିଛି…