ରାଜନୀତି ଶେଷ ଦିନରେ ପୌରାଧ୍ୟକ୍ଷ ପଦ ପାଇଁ ୫ ଜଣଙ୍କ ନାମାଙ୍କନ Angul OnlineMarch 7, 2022March 7, 2022 ଅନୁଗୁଳ – ଅନୁଗୁଳ ପୌରପାଳିକାର ସୋମବାର ଦିନ ପୌରାଧକ୍ଷ ପଦବୀ ପାଇଁ ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୫୮ ଜଣ କାଉନସିଲର ପଦବୀ ପାଇଁ ନାମଙ୍କନ ଦାଖଲ କରିଛନ୍ତି । ବିଜେପି ଦଳ ତରଫରୁ ଦିଲ୍ଲୀପ କୁମାର ପ୍ରଧାନ ପୌରାଧକ୍ଷ ପଦ ପାଇଁ ନାମଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ଦଳରୁ ଅକ୍ଷୟ କୁମାର ସାମନ୍ତ ପୌରାଧକ୍ଷ ପଦବୀ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଆମ ଆଦମୀ ପାର୍ଟିରୁ ବାପୁଜି ପ୍ରଧାନ, ସ୍ୱାଧୀନ ଭାବେ ପାର୍ଥି ଗୁରୁ ଚରଣ ପ୍ରଧାନ ଏବଂ ସିପିଆଇ(ଏମ) ଦଳରୁ ପ୍ରାପ ପ୍ରସାଦ ନନ୍ଦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପର ପକ୍ଷରେ ବିଭିନ୍ନ ଦଳରୁ କାଉନସିଲର ପ୍ରାର୍ଥୀ ପାଇଁ ସୋମବାର ଦିନ ୫୮ ଜଣ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ଓ ବିଜେପି ଦଳ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବଜାର ଛକ ହୋଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିଭଳି ତାଳଚେର ପୌରପରିଷଦ ନିର୍ବାଚନ ପାଇଁ ପ୍ରାଥି ପତ୍ର ଦାଖଲର ଆଜି ଶେଷ ଦିନରେ ତିନି ପ୍ରମୁଖ ଦଳ ପକ୍ଷରୁ ପୌରାଧ୍ୟକ୍ଷଙ୍କ ସହିତ ସମସ୍ତ କାଉନସିଲର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିଜ ସମର୍ଥକ ମାନଙ୍କ ସହ ଏକ ବିଶାଳ ରାଲିରେ ସହର ପରିକ୍ରମା କରି ତାଳଚେର ଉପଜିଲ୍ଲାପାଳଙ୍କୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଳଚେର ପୌରନିର୍ବାଚନରେ ତ୍ରିମୁଖୀ ଲଢେଇ ହେବା ନେଇ ଆଶା କରାଯାଉଛି । ତାଳଚେର ପୌରାଞ୍ଚଳର ମୋଟ ୨୧ଟି ୱାର୍ଡର ୨୮ ହଜାର ଚାରି ଶହ ଏକାଅଶି ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ । Advertisement
ଚତୁର୍ଥ ଥର ପାଇଁ ରାଜୀବ ଛାତ୍ର ବିଜେଡି ସଭାପତି ଅନୁଗୁଳ – ଅନୁଗୁଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ରାଜୀବ ଲୋଚନ ଦାସ ପୁଣିଥରେ ମନୋନୀତ ହୋଇଛନ୍ତି । ଦଳର ସୁପ୍ରିମୋ ଚତୁର୍ଥ ଥର ପାଇଁ…
ହାତ ଛାଡିଲେ ସୁବୋଧ – ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଗୁଳରେ ବିଜେପିର ମିଶ୍ରଣ ପର୍ବ ଅନୁଗୁଳ – ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ , ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଆସି ବିଜେପି ମିଶ୍ରଣ ପର୍ବର ଯୋଗ ଦେଇ…
ବିଧାୟକଙ୍କ ନିଲମ୍ବନ ପ୍ରତିବାଦରେ ବିକ୍ଷୋଭ ସହ ମୋହନ ମାଝିଙ୍କ କୁଶ ପୁତ୍ତଳିକା ଦାହ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟ ସରକାର ବିରୁଦ୍ଧରେ ପ୍ରତିବାଦ । ଆଜି ସନ୍ଧ୍ୟାରେ ବିଭିନ୍ନ ସ୍ଳୋଗାନ ଦେଇ ସ୍ଥାନୀୟ କଂଗ୍ରେସ ଭବନଠାରୁ ଏକ…