ରାଜନୀତି ଶେଷ ଦିନରେ ପୌରାଧ୍ୟକ୍ଷ ପଦ ପାଇଁ ୫ ଜଣଙ୍କ ନାମାଙ୍କନ Angul OnlineMarch 7, 2022March 7, 2022 ଅନୁଗୁଳ – ଅନୁଗୁଳ ପୌରପାଳିକାର ସୋମବାର ଦିନ ପୌରାଧକ୍ଷ ପଦବୀ ପାଇଁ ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୫୮ ଜଣ କାଉନସିଲର ପଦବୀ ପାଇଁ ନାମଙ୍କନ ଦାଖଲ କରିଛନ୍ତି । ବିଜେପି ଦଳ ତରଫରୁ ଦିଲ୍ଲୀପ କୁମାର ପ୍ରଧାନ ପୌରାଧକ୍ଷ ପଦ ପାଇଁ ନାମଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ଦଳରୁ ଅକ୍ଷୟ କୁମାର ସାମନ୍ତ ପୌରାଧକ୍ଷ ପଦବୀ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଆମ ଆଦମୀ ପାର୍ଟିରୁ ବାପୁଜି ପ୍ରଧାନ, ସ୍ୱାଧୀନ ଭାବେ ପାର୍ଥି ଗୁରୁ ଚରଣ ପ୍ରଧାନ ଏବଂ ସିପିଆଇ(ଏମ) ଦଳରୁ ପ୍ରାପ ପ୍ରସାଦ ନନ୍ଦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପର ପକ୍ଷରେ ବିଭିନ୍ନ ଦଳରୁ କାଉନସିଲର ପ୍ରାର୍ଥୀ ପାଇଁ ସୋମବାର ଦିନ ୫୮ ଜଣ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ଓ ବିଜେପି ଦଳ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବଜାର ଛକ ହୋଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିଭଳି ତାଳଚେର ପୌରପରିଷଦ ନିର୍ବାଚନ ପାଇଁ ପ୍ରାଥି ପତ୍ର ଦାଖଲର ଆଜି ଶେଷ ଦିନରେ ତିନି ପ୍ରମୁଖ ଦଳ ପକ୍ଷରୁ ପୌରାଧ୍ୟକ୍ଷଙ୍କ ସହିତ ସମସ୍ତ କାଉନସିଲର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିଜ ସମର୍ଥକ ମାନଙ୍କ ସହ ଏକ ବିଶାଳ ରାଲିରେ ସହର ପରିକ୍ରମା କରି ତାଳଚେର ଉପଜିଲ୍ଲାପାଳଙ୍କୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଳଚେର ପୌରନିର୍ବାଚନରେ ତ୍ରିମୁଖୀ ଲଢେଇ ହେବା ନେଇ ଆଶା କରାଯାଉଛି । ତାଳଚେର ପୌରାଞ୍ଚଳର ମୋଟ ୨୧ଟି ୱାର୍ଡର ୨୮ ହଜାର ଚାରି ଶହ ଏକାଅଶି ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ । Advertisement
ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବ୍ଲକ ଅଧ୍ୟକ୍ଷ ନିଲମ୍ବନ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଅଶୋକ କୁମାର ପ୍ରଧାନ । ଦଳ ବିରୋଧୀ କାର୍ଯ୍ୟ…
ଶଙ୍ଖ ଧରିବେ ବିପ୍ଲବ !! – କଂଗ୍ରେସରୁ ଦେଲେ ଇସ୍ତଫା ଅନୁଗୁଳ – ଆଗକୁ ନିର୍ବାଚନ । ଏବେଠାରୁ ସବୁ ରାଜନୈତିକ ଦଳ ଏବଂ ରାଜନେତା ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଲେଣି । ସବୁ…
ସରପଞ୍ଚଙ୍କୁ କାର୍ଯ୍ୟ ହସ୍ତାନ୍ତର କରୁନାହାନ୍ତି ପିଇଓ – ଜିଲ୍ଲାପାଳଙ୍କୁ ଫେରାଦ ଅନୁଗୁଳ – ତ୍ରିସ୍ତରୀୟ ନିର୍ବାଚନ ସଦ୍ୟ ସମାପ୍ତ ହୋଇଥିବା ବେଳେ ନବ ନିର୍ବାଚିତ ସରପଞ୍ଚ ମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବ ସରପଞ୍ଚଙ୍କ ପରେ ଦାୟିତ୍ୱରେ…