ଅପରାଧ ସ୍ମାର୍ଟ ୱାଚ ଏବଂ ମୋବାଇଲ ଚୋରୀ ଅଭିଯୋଗରେ ଜଣେ ଗିରଫ Angul OnlineMarch 24, 2022March 24, 2022 adv ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ପୁଲିସ ବୁଧବାର ଚୋରି ଅଭିଯୋଗରେ ଜଣେ ଡେଲିଭରି ବୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଅନୁଗୁଳ ଡେଲିଭରି ଡଟ୍ କମ୍ ନାମକ ଏକ ସଂସ୍ଥାର ସହକାରୀ ସିକ୍ୟୁରିଟି ଅଧିକାରୀ ବିଭୁତି ଭୂଷଣ ମହାକୁଡ଼ ମଙ୍ଗଳବାର ଅମିତ ବାଦି ନାମକ ତାଙ୍କର ଜଣେ ଡେଲିଭରି ବୟ ଗୋଟିଏ ମୋବାଇଲ ଫୋନ୍ ଓ ଏକ ସ୍ମାର୍ଟ ୱାଚ୍ ନେଇ ଫେରାର ହୋଇଯାଇଥିବା ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରିବା ସହ ଅଭିଯୁକ୍ତ ଡେଲିଭରି ବୟ ଅମିତଙ୍କୁ ତାଙ୍କ ଗାଁ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତିଲେଇମୁଣ୍ଡା ଗାଁରୁ ଗିରଫ କରିଥିଲା । ତା ନିକଟରୁ ଚୋରୀ ମୋବାଇଲ ଫୋନ ଓ ସ୍ମାର୍ଟ ୱାଚକୁ ଜବତ କରା ଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । Advertisement
ଚୋରି ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ କଲେଜ କ୍ବାର୍ଟରର ଆଜବେଷ୍ଟସ୍ ଭାଙ୍ଗି ଚୋରି ଅଭିଯୋଗରେ ପୁଲିସ ବୁଧବାର ୭ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଗତ ୪ ବର୍ଷ ତଳେ ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିବା ଅଭିଯୋଗ ମାମଲାର ରାୟ…
ଟଙ୍କା ପାଇଁ ମା’କୁ ହତ୍ୟାକଲା ପୁଅ !! ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ଘଣ୍ଟପଡା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ କିଛି ଟଙ୍କା ପାଇଁ ମାଆକୁ ପୁଅ…