ଅପରାଧ ହାତୀଦାନ୍ତ ସହ ଜଣେ ଗିରଫ Angul OnlineJune 2, 2022June 2, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କନ୍ଧକୋଇଲି ଗାଁରେ ଆଜି ଏସଟିଏଫ ଓ ବନ ବିଭାଗ ଚାଢାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିଥିବା ବେଳେ ଦୁର୍ଯୋଧନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଦୁର୍ଯୋଧନ ହାତୀ ଦାନ୍ତ ନିଜ ଘରେ ରଖିଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଚଢାଉ କରିଥିଲା । ଘର ଜାଞ୍ଚ ବେଳେ ଘରୁ ଦୁଇଟି ହାତୀ ଦାନ୍ତ ଜବତ କରା ଯାଇଥିଲା । ପ୍ରତ୍ୟେକ ହାତୀ ଦାନ୍ତର ଓଜନ ପ୍ରାୟ ଦୁଇ କେଜି ଲେଖାଏଁ ଥିବା ଜଣା ପଡିଛି । ଏସଟିଏଫ ଦୁର୍ଯୋଧନକୁ ହାତୀ ଦାନ୍ତ ରଖିଥିବା ଅଭିଯୋଗରେ ଗିରଫ କରି ବନ ବିଭାଗକୁ ହସ୍ତାନ୍ତର କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରା ଯାଇଛି । Advertisement
ଟ୍ରକରୁ ଲୁହା ଛଡ ଚୋରୀ ଅଭିଯୋଗରେ ୪ ଗିରଫ – ଟ୍ରକ , ପିକଅପ ଭ୍ୟାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ମରାତିରା ନିକଟରୁ ଏକ ଲୁହା ଛଡ ବୋଝେଇ ଟ୍ରକରୁ ଛଡ ଚୋରୀ ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ…
ସ୍ତ୍ରୀକୁ ହତ୍ୟା ଘଟଣା, ପୁଲିସ ହତ୍ୟାକାରୀ ସ୍ୱାମୀକୁ ନେଇ କଲା ସିନ୍ ରିକ୍ରିଏସନ ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଗତ କାଲି ସ୍ତ୍ରୀ ହତ୍ୟା କରି ଫେରାର୍ ହୋଇ ଯାଇଥିବା ସ୍ୱାମୀକୁ ଧରିଲା ପୁଲିସ ।…
ନିଖୋଜ ଯୁବକଙ୍କ ମୃତ ଦେହ ଗାଡ଼ିଆରୁ ଉଦ୍ଧାର – ହତ୍ୟା ନା ଦୁର୍ଘଟଣା !! ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କାଳିଆକଟା ଗାଁ ନିକଟରୁ ଗୁରୁବାର ଜଣେ ନିଖୋଜ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି ।…