ଅପରାଧ ହାତୀଦାନ୍ତ ସହ ଜଣେ ଗିରଫ Angul OnlineJune 2, 2022June 2, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କନ୍ଧକୋଇଲି ଗାଁରେ ଆଜି ଏସଟିଏଫ ଓ ବନ ବିଭାଗ ଚାଢାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିଥିବା ବେଳେ ଦୁର୍ଯୋଧନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଦୁର୍ଯୋଧନ ହାତୀ ଦାନ୍ତ ନିଜ ଘରେ ରଖିଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଚଢାଉ କରିଥିଲା । ଘର ଜାଞ୍ଚ ବେଳେ ଘରୁ ଦୁଇଟି ହାତୀ ଦାନ୍ତ ଜବତ କରା ଯାଇଥିଲା । ପ୍ରତ୍ୟେକ ହାତୀ ଦାନ୍ତର ଓଜନ ପ୍ରାୟ ଦୁଇ କେଜି ଲେଖାଏଁ ଥିବା ଜଣା ପଡିଛି । ଏସଟିଏଫ ଦୁର୍ଯୋଧନକୁ ହାତୀ ଦାନ୍ତ ରଖିଥିବା ଅଭିଯୋଗରେ ଗିରଫ କରି ବନ ବିଭାଗକୁ ହସ୍ତାନ୍ତର କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରା ଯାଇଛି । Advertisement
୮୫ ପେଟି ମଦ ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ପଞ୍ଚାୟତ ସ୍ଥିତ ପୁରୁଣା ମଦ କାଉଣ୍ଟର ନିକଟରୁ ୮୫ ପେଟି ବିଦେଶୀ ମଦ ଜବତ କରିଛି ବଅଁରପାଳ…
ଚକୋଲେଟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ – ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ଜଣେ ୮ ବର୍ଷର ନାବାଳିକାଙ୍କୁ ଚକୋଲେଟ ଦେଇ ବୁଦା ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଜଣେ…
ନିଶା ଔଷଧ ଦେଇ ପଥରରେ ଛେଚି ହତ୍ୟା କରିଥିଲେ ମା-ଝିଅ – କୋର୍ଟ ଚାଲାଣ କଲା ପୁଲିସ ଅନୁଗୁଳ – ଗତ ୧୮ ତାରିଖରେ ଅନୁଗୁଳ ସଦର ଥାନା ଖଲାରୀ ଗାଁର ଏକ ଭଡା ଘରେ ଜଣେ ବୃଦ୍ଧା ମହିଳାଙ୍କ ବିଭତ୍ସ ହତ୍ୟା ହୋଇଥିଲା ।…