ଚନ୍ଦନ କାଠ ସହ ଜଣେ ଗିରଫ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଚୋରା ଚନ୍ଦନ କାଠ ବେପାରୀ । ୫୧ କିଲୋ ଚନ୍ଦନ କାଠ ସହ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ଆଠ ଲକ୍ଷ ଟଙ୍କା ହୋଇଥିବା ପୋଲିସ ପକ୍ଷରୁ ସୂଚନା ରହିଛି ।

ସୂଚନା ଅନୁସାରେ ସୁନାଖଣି ଅଞ୍ଚଳର ଭାଗିରଥି ମହାରଣା ଓ ତାଙ୍କ ପୁଅ ପିଙ୍କୁ ମହାରଣା ବିକ୍ରି ପାଇଁ ବେଆଇନ ଚନ୍ଦନ କାଠ ଘରେ ରଖି ଥିବାର ଖବର ବିଶେଷ ସୂତ୍ରରୁ ତାଳଚେର ପୁଲିସ ପାଇ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ତାଙ୍କ ଘରୁ ୫୧ କେଜି ଚନ୍ଦନ କାଠ ଜବତ କରିଥିବା ବେଳେ ଏହି ଘଟଣାରେ ଭାଗିରଥି ମହାରଣାଙ୍କୁ ପୁଲିସ ଗିରଫ କରିଥିଲା । ତେବେ ଏଥିରେ ସମ୍ପୃକ୍ତ ଥିବା ତାଙ୍କ ପୁଅ ପିଙ୍କୁ ମହାରଣା ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାରେ ଭାଗିରଥିଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Advertisement

Leave a Reply

Your email address will not be published. Required fields are marked *