ଟ୍ରକ ଧକ୍କାରେ ଜଣେ ମୃତ

ଅନୁଗୁଳ – ଅନୁଗୁଳ ସଦର ଥାନା ବେଣାଗାଡ଼ିଆ ପଞ୍ଚାୟତ ଅଧୀନରେ ଆସୁଥିବା ସରଳିଆ ରାଇସ୍ ମିଲ୍ ନିକଟରେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି ।ମୃତକ ଜଣଙ୍କ ହେଲେ ଜରାସିଂହା ଗ୍ରାମର ଦଣ୍ଡ ଦେହୁରୀଙ୍କ ପୁଅ ଗୋବର୍ଦ୍ଧନ ଦେହୁରୀ ବୋଲି ଜଣା ପଡ଼ିଛି ।  ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସୂଚନା ଅନୁସାରେ , ରବିବାର ଦ୍ବିପ୍ରହର ୨ ଘଟିକା ବେଳେ ଜରାସିଂହା ଗ୍ରାମର ଗୋବର୍ଦ୍ଧନ ଦେହୁରୀ କୌଣସି କାର୍ଯ୍ୟରେ ସରଳିଆ ରାଇସ୍ ମିଲ୍ ଆଡକୁ ଆସି ଫେରୁଥିବା ବେଳେ ଜରାସିଂହା ଆଡୁ ଆସୁଥିବା ଏକ ୧୨ ଚକିଆ ଟ୍ରକ (OD 19 N 0708) ରାଇସ୍ ମିଲ୍ ଆଡକୁ ବୁଲୁଥିବା ବେଳେ ଗୋବର୍ଦ୍ଧନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଗୋବର୍ଦ୍ଧନ ଙ୍କର ମୃତ୍ୟୁ ଘଟିଥିଲା । ଖବର୍ ପାଇ ପରିବାର ଲୋକ ଏବଂ ଜରାସିଂହା ଗ୍ରାମବାସୀ ପହଁଚି ଥିଲେ । ଘଟଣା ସ୍ଥଳରେ ଉତେଜନା ପରିସ୍ଥିତି ସୃଷ୍ଟି ହେବା ସହ ଉତ୍ୟକ୍ତ ଲୋକେ ମୃତକଙ୍କ ପରିବାରଙ୍କୁ କ୍ଷତି ପୂରଣ ପାଇଁ ଦାବି କରିଥିଲେ । ଖବର ପାଇ ସଦର ପୁଲିସ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲା । ପାଖାପାଖି ୪ ଘଣ୍ଟା ଘଟଣା ସ୍ଥଳରେ ଉତେଜନା ପରିସ୍ଥିତି ରହିଥିବା ବେଳେ ଟ୍ରକ ମାଲିକ ଘଟଣା ସ୍ଥଳରେ ପହଂଚି କ୍ଷତି ପୂରଣ ବାବଦ କୁ ୪୫ ହଜାର ଟଙ୍କା ଦେବା ସହ ଅନ୍ୟ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି ଦେବାରୁ ଉତେଜନା ଶାନ୍ତ ପଡି ଥିଲା । ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭର ଫେରାର୍ ହୋଇ ଯାଇଥିବା ବେଳେ ଟ୍ରକକୁ ଜବତ କରି ସଦର ଥାନା ପୁଲିସ ଅଧିକ ତଦନ୍ତ ଆରମ୍ବ କରିଛି ।

Advertisement

Leave a Reply

Your email address will not be published. Required fields are marked *