ଆଞ୍ଚଳିକ ବାରହା ଆକ୍ରମଣରେ ଜଣେ ମୃତ Angul OnlineSeptember 13, 2022September 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ମାଣିକଯୋଡି ପଞ୍ଚାୟତ କୂଳସର ଗାଁ ନିକଟ ଜଙ୍ଗଲରେ ବାରହା ଆକ୍ରମଣରେ ନୋଦ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବିନୋଦ ଅନ୍ୟ ଜଣଙ୍କ ସହ ଘର ପାଖ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ହଠାତ ଏକ ଦନ୍ତା ବାରହା ଆକ୍ରମଣ କରିଥିଲା । ବାରହା ଆକ୍ରମଣ କରି ବିନୋଦଙ୍କ ସାରା ଦେହକୁ ଦାନ୍ତରେ କାଟି କ୍ଷତ ବିକ୍ଷତ କରିଦେଇଥିଲା । ସଙ୍ଗରେ ଯାଇଥିବା ଅନ୍ୟ ବ୍ୟକ୍ତି ଜଣଙ୍କ ଦଉଡି ଗାଁରେ ଖବର ଦେଇଥିଲେ । ଖବରପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ବିନୋଦଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
ଶୋଇବା ଘରୁ ୯ ଫୁଟର ଅହିରାଜ ସାପ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଟିକରପଡା , ହାତିବାରି ଗାଁର ପ୍ରମୋଦ ଗଡତିଆ ନାମକ ଜଣେ ବ୍ୟକ୍ତିଙ୍କ ଶୋଇବା ଘରୁ ଏକ ୯ ଫୁଟ ଲମ୍ବର ଅହିରାଜ…
ଯାଗା ମିଶନରେ ବସ୍ତି ବାସିନ୍ଦାଙ୍କ ଥଇଥାନ କରିବାକୁ ପରାମର୍ଶ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଯାଗା ମିଶନରେ ବସ୍ତିରେ ରହୁଥିବା ବାସିନ୍ଦାମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଜିଲ୍ଲା ପୌର ଉନ୍ନୟନ ଏଜେନସି ( ଡୁଡା )ର ବିଭିନ୍ନ…
ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହେବ ଗୋପାଷ୍ଟମୀ ମହୋତ୍ସବ ଅନୁଗୁଳ – ଗୋ ସେବା ହିଁ ମାତୃ ସେବା, ଗୋ ସେବା ହିଁ -ରାଷ୍ଟ୍ର ସେବା ଏହି ମହାନ ଭାବନାରେ ଉଦ୍ବୁଦ୍ଧ ହୋଇ ସନ ୨୦୦୧ ମସିହାରୁ…