ଆଞ୍ଚଳିକ ବାରହା ଆକ୍ରମଣରେ ଜଣେ ମୃତ Angul OnlineSeptember 13, 2022September 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ମାଣିକଯୋଡି ପଞ୍ଚାୟତ କୂଳସର ଗାଁ ନିକଟ ଜଙ୍ଗଲରେ ବାରହା ଆକ୍ରମଣରେ ନୋଦ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବିନୋଦ ଅନ୍ୟ ଜଣଙ୍କ ସହ ଘର ପାଖ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ହଠାତ ଏକ ଦନ୍ତା ବାରହା ଆକ୍ରମଣ କରିଥିଲା । ବାରହା ଆକ୍ରମଣ କରି ବିନୋଦଙ୍କ ସାରା ଦେହକୁ ଦାନ୍ତରେ କାଟି କ୍ଷତ ବିକ୍ଷତ କରିଦେଇଥିଲା । ସଙ୍ଗରେ ଯାଇଥିବା ଅନ୍ୟ ବ୍ୟକ୍ତି ଜଣଙ୍କ ଦଉଡି ଗାଁରେ ଖବର ଦେଇଥିଲେ । ଖବରପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ବିନୋଦଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୧ ଜିନ୍ଦଲ ନଗର ପରିସରସ୍ଥିତ ଆଶା ଦି ହୋପ କେନ୍ଦ୍ର ଠାରେ…
ଦୁର୍ଘଟଣାରେ ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୫୩ ନମ୍ବର ଜାତୀୟ ରାଜପଥ ସନ୍ଥପଡା ଛକ ନିକଟରେ ସଡକ ଦୁର୍ଘଟଣା । ବାଇକ ଏବଂ ଟ୍ରଲର ଧକ୍କା ହେବା…
ଶିକ୍ଷା ଓ ନାରୀ ଶକ୍ତି ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଥିଲେ ନୁମା ଅନୁଗୁଳ – ସୋମବାର ହୋଟେଲ ଔରଭିଲା ନିକଟସ୍ଥ ମାଳତୀ ଦେବୀଙ୍କ ପ୍ରତିମୂର୍ତ୍ତି ପାଖରେ ନବ-ମାଳତୀ ଚୌଧୁରୀ ସ୍ମୃତୀ କମିଟି ପକ୍ଷରୁ ୨୩ ତମ ପୂଣ୍ୟତିଥି ପାଳିତ ହୋଇ…