ମୁଖ୍ୟ ଖବର ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର Angul OnlineSeptember 18, 2022September 18, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଲଙ୍ଗ ଗାଁରେ ବଜ୍ରପାତ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଲେ ୫୫ ବର୍ଷୀୟ ପ୍ରଭାକର ଦେହୁରୀ ଓ ଗୁରୁତର ଜଣଙ୍କ ୫୨ ବର୍ଷୀୟ ଦେବରାଜ ଦେହୁରୀ ବୋଲି ଜଣା ପଡିଛି । ସୂଚନା ଅନୁସାରେ ପ୍ରଭାକର ଏବଂ ଦେବରାଜ ଉଭୟ ଗୋରୁ ଚରାଇ ଅପରାହ୍ନରେ ଘରକୁ ଫେରୁଥିଲେ । ଗାଁ ମୁଣ୍ଡ ଯାଏଁ ହୋଇଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ପ୍ରଭାକରଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବରାଜ ଗୁରୁତର ଅବସ୍ଥାରେ ପଡି ଯାଇଥିଲେ । ଉଭୟଙ୍କୁ ଉଦ୍ଧାର କରି ଗାଁ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଏବେ ମଧ୍ୟ ଦେବରାଜଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣା ପଡିଛି । Advertisement
ଅନୁଗୁଳ ବନ୍ଦ – ସାଧାରଣ ଜୀବନଯାତ୍ରା ଠପ ଅନୁଗୁଳ – ଆଜି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ । ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା…
ଉପ-ବାଚସ୍ପତିଙ୍କ ପୁଅ ଅରୁଣାଭଙ୍କୁ ଆକ୍ରମଣ ଉଦ୍ୟମ – ଦୁଇ ଅଟକ ଅନୁଗୁଳ – ଉପ-ବାଚସ୍ପତିଙ୍କ ପୁଅଙ୍କୁ ଆଜି ରାତି ପ୍ରାୟ ୧୦ ଟା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ ଉଦ୍ୟମ କରିଥିବା ଜଣା ପଡିଛି । ଆକ୍ରମଣ ଉଦ୍ୟମକାରୀ…