ମୁଖ୍ୟ ଖବର ଗୁଳିମାଡରେ ଜଣେ ଗୁରୁତର Angul OnlineAugust 4, 2024August 4, 2024 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଆମ୍ବସରମୁଣ୍ଡା ପଞ୍ଚୟତ ଜନକପୁର ଗ୍ରାମରେ ଗୁଳିମାଡ଼ ହୋଇଛି l ଗୁଳିମାଡ଼ରେ ଜନକପୁର ଗ୍ରାମର ଧୃବ ନାୟକ ଗୁରୁତର ହୋଇଛନ୍ତି l ଧୃବ ନାୟକର ବାମ ଗୋଡ଼ଗୁଳି ବାଜି ଥିବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠମଲ୍ଲିକ ଚିକିତ୍ସାଳୟ ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳୁ ଧୃବ ନାୟକ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିଲା । ଛତୁ ସଂଗ୍ରହ କରୁଥିବା ସମୟରେ କୌଣସି ଶିକାରୀଙ୍କ ବନ୍ଧୁକ ଗୁଳି ଧୃବ ନାୟକର ବାମ ଗୋଡ଼ରେ ବାଜିଥିଲା । ଶିକାରୀ ମାନେ ଜନ୍ତୁ ଶିକାର କରିବାକୁ ଯାଇ ଏଭଳି ଗୁଳି କରିଥିବା ସନ୍ଦେହ କରାଯାଉଛି । Advertisement
ବ୍ୟାଟେରୀ ଚାଳିତ ସ୍କୁଟିରୁ ଅଗ୍ନିକାଣ୍ଡ – ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ କୋଲୋନୀ ପରିସରରେ ଆଜି ଏକ ବ୍ୟାଟେରୀ ଚାଳିତ ଗାଡ଼ିରେ ନିଆଁ ଲାଗି ଘର ଭିତରକୁ ବ୍ୟାପିଯିବା ଫଳରେ ସମସ୍ତ ଆସବାବପତ୍ର…
ଚାକିରି ନାଁରେ ବାପ-ପୁଅ ଚଳାଇଥିଲେ ରାକେଟ – ଛାତ୍ରଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ ଅନୁଗୁଳ – ଚାକିରି ଦେବା ନାଁରେ ଠକେଇ କରିଥିବା ବାପ-ପୁଅଙ୍କ ଚେର ଲମ୍ବା ରହିଛି । ଏହି ରାକେଟରେ ବାପ-ପୁଅଙ୍କ ବ୍ୟତୀତ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି…
ପଡ଼ୋଶୀକୁ ଟାଙ୍ଗିରେ ହାଣି ହତ୍ୟା ମାମଲା – ଶଳା-ଭିଣୋଇକୁ ଆଜୀବନ ଜେଲ ଅନୁଗୋଳ – ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟରେ ଏକ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ବିଚାରପତି ରଞ୍ଜିତା ଜ୍ୟୋତିଶି…