ଆଞ୍ଚଳିକ ହାତୀ ଆକ୍ରମଣରେ ଜଣେ ଗୁରୁତର – ଘଟଣାକୁ ନେଇ ଉତ୍ତେଜନା Angul OnlineJuly 13, 2023July 13, 2023 ଅନୁଗୋଳ – ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜରେ ହାତୀ ଆକ୍ରମଣରେ ଗୁରୁବାର ସକାଳେ ପୋକତୁଙ୍ଗା ଗାଁର ସୁରେଶ ପ୍ରଧାନ (୫୫ ବର୍ଷ) ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କ ହାତ, ଗୋଡ଼ ଓ ଅଣ୍ଟାରେ ଆଘାତ ଲାଗିଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ପୋକତୁଙ୍ଗା ଗାଁର ସୁରେଶ ପ୍ରଧାନ ଶିବ ମନ୍ଦିର ରାସ୍ତାରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ସୁରେଶ ଚିତ୍କାର କରିବା ପରେ ହାତୀଟି ସ୍ଥାନୀୟ ଜଙ୍ଗଲକୁ ଚାଲି ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକ କ୍ଷତିପୂରଣ ଓ ହାତୀ ଦାଉରୁ ସ୍ଥାୟୀ ପ୍ରତିକାର କରିବା ପାଇଁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପ୍ରଶାସନିକ ଅଧିକାରୀ ଓ ବନ ବିଭାଗ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ଖୁଣ୍ଟରେ ପିଟି ହୋଇ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲାସିଙ୍ଗା ବାଲିସାହି ଛକ ଠାରେ ଖୁଣ୍ଟରେ ପିଟି ହୋଇ ଜଣେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି ।…
ସମର୍ପଣ ଏକାଡେମୀର ତୃତୀୟ କ୍ୟାମ୍ପସ୍ ଉଦ୍ଘାଟିତ ଅନୁଗୁଳ – ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ସମର୍ପଣ ଏକାଡେମୀ’ର ତୃତୀୟ କ୍ୟାମ୍ପସ୍ ଗୁରୁବାର ଅନୁଗୁଳ ସହରର ମାଟିଆସାହି ଠାରେ ଉଦ୍ଘାଟିତ ହୋଇଛି । ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର…
ତୁଟୁନି ପରିବହନ ବିବାଦ- ୮୦ଟ୍ରକ ମାଲିକ ଅଟକ , ଆନ୍ଦୋଳନ ଚେତାବନୀ ନାଲକୋନଗର – ନାଲକୋ ଟ୍ରକ ଓନର ୱେଲଫାୟାର ଆସୋସିଏସନ ଓ ଅନଗୁଳ ଟ୍ରକ ମାଲିକ ସଂଘକୁ ସଠିକ ମାତ୍ରାରେ ଆଲୁମିନିୟମ ପରିବହନ ମିଳୁନଥିବାରୁ ଟ୍ରକ ସଂଘ ପକ୍ଷରୁ …