ମୁଖ୍ୟ ଖବର ଅନୁଗୁଳରୁ ଅକ୍ସିଜେନ ଗଲା ବିଶାଖାପାଟଣା Angul OnlineApril 23, 2021April 23, 2021 ଅନୁଗୁଳ – ଆଜି ଅନୁଗୁଳରୁ ମେଡିକାଲ୍ ଅକ୍ସିଜେନର ଅଭାବୀ ରାଜ୍ୟକୁ ଅକ୍ସିଜେନ ପଠା ଯାଇଛି । ଅନୁଗୁଳ ଜିନ୍ଦାଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରୁ ଏକ ସ୍ଵତନ୍ତ୍ର ଗାଡିରେ ପ୍ରାୟ ୨୨ ଟନ ଅକ୍ସିଜେନ ବିଶାଖାପାଟଣା ପଠା ଯାଇଛି । ରାତି ଗୋଟାଏ ବେଳେ ଯିବାକୁ ଥିବା ବେଳେ ଏହାର ଦୁଇ ଘଣ୍ଟା ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଯାଇଥିଲା । ରାତି ପ୍ରାୟ ୧୧ ତା ବେଳେ ଏହି ଗାଡି ଅନୁଗୁଳରୁ ବିଶାଖାପାଟଣା ଅଭିମୁଖେ ବାହାରିଥିଲା । ଏହି ଗାଡି ଯିବା ପାଇଁ ପୁଲିସ ପକ୍ଷରୁ ଏକ ଗ୍ରୀନ କରିଡର କରାଯାଇଛି । ସବୁ ଛକ ନିକଟରେ ପୁଲିସ ମୃତୟନ କରା ଯିବା ସହ ଅବାଧରେ ଏହି ଗାଡି ଯିବା ପାଇଁ ପୁଲିସ ଏସକର୍ଟ ଟିମ ମଧ୍ୟ ସାଙ୍ଗରେ ଯାଉଛି । ଅନୁଗୁଳ ପୁଲିସର ଏକ ଟିମ ଓଡିଶା ବୋର୍ଡର ପର୍ଯ୍ୟନ୍ତ ଏହି ଗାଡି ସହିତ ଯିବ ବୋଲି ଅନୁଗୁଳ ଏସ.ପି. ଜଗମୋହନ ମୀନା ସୂଚନା ଦେଇଛନ୍ତି । Advertisement
ସିଗାରେଟ କିଣାକୁ ନେଇ ହତ୍ୟାକାଣ୍ଡ ଅନୁଗୁଳ – ସିଗାରେଟ ବାକି ମାଗିବାରୁ ଗଣ୍ଡଗୋଳ ଆଉ ପରେ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ସଦର ଥାନା ନୂଆଁସାହି ଗାଁରେ ।…
ଟାକ୍ସ ଖିଲାପକାରୀ ୨ ଦୋକାନ ସିଲ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ , ନୋଟିସ୍ ଡାକବାଜି ଯନ୍ତ୍ରରେ ପ୍ରଚାର ସତ୍ତ୍ବେ ହୋଲ୍ଡିଂ ଟ୍ୟାକ୍ସ ଦାଖଲ ନକରିବାରୁ…
ଆମ୍ବ ଗୋଟାଇବା ହେଲା କାଳ – ବଜ୍ରପାତରେ ନାବାଳକ ସମେତ ଦୁଇ ମୃତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଗୁଣ୍ଡୁରୀ ଗ୍ରାମରେ ଅଘଟଣ ଘଟିଯାଇଛି l ଗୁରୁବାର ଅପରାହ୍ନରେ ଝଡ଼ତୋଫାନ ବେଳେ ଗ୍ରାମର ତିନି ଜଣ…