ମୁଖ୍ୟ ଖବର ପୁଲିସ ଭ୍ୟାନ ଧକ୍କାରେ ନାବାଳକ ମୃତ Angul OnlineMarch 10, 2022March 10, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଶର୍ମାଛକ ଠାରେ ପୁଲିସ ଭ୍ୟାନ ଏକ ମୋଟରସାଇକେଲକୁ ପଛରୁ ଧକ୍କା ଦେବା ଫଳରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଣିହାଁ ନାଲମ ଗ୍ରାମର ୧୬ ବର୍ଷୀୟ ନାବାଳକ ସୁନୀଲ ବେହେରା । ନାବାଳକ ଜଣକ ଚାଳକ ଶ୍ରବଣ ସାହୁଙ୍କ ସହ ମୋଟରସାଇକେଲରେ ଯାଉଥିବା ସମୟରେ ଭ୍ୟାନଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଉଭୟ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ଉଦ୍ଧାର କରି ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ସୁନୀଲ ବେହାରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଉଭୟ ତାଳଚେର ଓ କୋଲିୟାରୀ ପୋଲିସ ପହଁଚି ଅଧିକ ତଦନ୍ତ କରିଛି । Advertisement
ଦୁର୍ଦାନ୍ତ ଅପରାଧୀ ଟିକନ ନାଏକ ହତ୍ୟାକାଣ୍ଡର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଅଞ୍ଚଳର ଦୁର୍ଦାନ୍ତ ଅପରାଧୀ ଟିକନ ନାଏକ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଗାଁ ରାସ୍ତାରେ ଟିକନକୁ ହାଣି ହତ୍ୟା…
କ୍ଷୀରୋଦକୁ ଏନକାଉଣ୍ଟର କଲା ପୁଲିସ – କଣ କଣ କ୍ରାଇମ କରିଥିଲା କ୍ଷୀରୋଦ ପଢନ୍ତୁ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବଢ଼ି ଚାଲିଥିବା ଅପରାଧ ଓ ଅପରାଧୀଙ୍କ ଉପରେ ଅନୁଗୁଳ ପୁଲିସର କଡା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାରେ ଦିନ ଦିନ ଚୋରି ,…
ଘରେ ପଶି ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତକୁ କାରାଦଣ୍ଡ ଅନୁଗୁଳ – ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର…