ମୁଖ୍ୟ ଖବର ପୋଖରୀରେ ବୁଡ଼ି ଜଣେ ମୃତ Angul OnlineAugust 2, 2022August 2, 2022 ଅନୁଗୁଳ – ଅନୁଗୁଳ ଜିଲା ଜରପଡା ଥାନା ନାକାଚଣିତାଳ ଗାଁ ବନ୍ଧ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନାକଚଣିତାଳ ଗାଁର ୫୨ ବର୍ଷୀୟ ହୃଦାନନ୍ଦ ବାରିକ ବୋଲି ଜଣାପଡିଛି । ହୃଦାନନ୍ଦ ବାରିକ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କର ପାଦ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ । ତେବେ ଗାଁର ଜଣେ ବ୍ୟକ୍ତି ପୋଖରୀକୁ ଗାଧୋଇବାକୁ ଆସିଥିବା ବେଳେ ପୋଖରୀ ତୁଠରେ ଚପଲ ଥିବା ଦେଖି ତାଙ୍କର ସନ୍ଦେହ ହୋଇଥିଲା । ଏ ନେଇ ସେ ଗାଁର ଅନ୍ୟ ଲୋକ ମାନଙ୍କୁ କହିବା ସହିତ ପୋଖରୀରେ ବୁଡି ଖୋଜାଖୋଜି କରିବା ପରେ ପାଣି ଭିତରୁ ହୃଦାନନ୍ଦଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପରିବାର ଲୋକମାନେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ସଡକ ଦୁର୍ଘଟଣାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ ବତିସୁଆଁ ଛକ ନିକଟ ରେ ଆଜି ଅପରାହ୍ନ ୫ଟା ସମୟରେ ଏକ ଟ୍ରକ…
ବିନା କାମରେ ବିଲ ଘଟଣା – କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଓ ସହକାରୀ ଯନ୍ତ୍ରୀଙ୍କୁ ଦାୟିତ୍ଵରୁ ଅପସାରିତ ପାଲଲହଡ଼ା – ଅନଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ବରଡିହ ପଞ୍ଚାୟତର ଶିଲପଳା ଗାଁରେ ବିନା କାମରେ ଲକ୍ଷାଧିକ ଟଙ୍କା ହଡପ କରିବାକୁ ସରକାରି ବାବୁ ମାନେ ପଛ…
ମେଡ଼ିକାଲ କଲେଜରେ ଆରମ୍ଭ ହେଲା ପାଠପଢ଼ା ଅନୁଗୁଳ – ଅନୁଗୁଳ ଜିଲ୍ଲା ପବିତ୍ର ମୋହନ ମେଡ଼ିକାଲ କଲେଜରେ ଆରମ୍ଭ ହୋଇଛି ପାଠ ପଢା । ବହୁ ବାଦ ବିବାଦ ଲାଗି ରହିଥିବା ତାଳଚେର ମେଡ଼ିକାଲ…