ମୁଖ୍ୟ ଖବର ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣେ ମୃତ Angul OnlineSeptember 20, 2022September 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପାରିପରା ଗାଁରେ ଅଘଟଣ । ନାଳରେ ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାରିପରା ଗାଁର ଦୁର୍ଯୋଧନ ବେହେରା । ସୂଚନା ଅନୁସାରେ ଦୁର୍ଯ୍ୟୋଧନ ଗାଁ ନିକଟରେ ବହି ଯାଇଥିବା ଏକ ନାଳକୁ ଗାଧେଇବାକୁ ଯାଇଥିଲେ । ତେବେ ସେ ଗାଧେଇବା ବେଳେ ସୁଅରେ ଭାସିଯାଇ ଏକ ହ୍ୟୁମ ପାଇପ ଭିତରେ ପଶି ଯାଇଥିଲେ । ତେବେ ସେ ସେଥିରୁ ବାହାରି ନପାରି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗାଁର ଅନ୍ୟ ଲୋକ ସେଠାକୁ ଗାଧେଇବାକୁ ଗଲାବେଳେ ତାଙ୍କୁ ମୃତ ଅବସ୍ଥାରେ ପାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ଗ୍ରାମବାସୀ ମାନେ ରାସ୍ତା ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିବା ଜଣା ପଡ଼ିଛି । Advertisement
ଠକେଇ ଅଭିଯୋଗରେ ତହସିଲ କାର୍ଯ୍ୟାଳୟର ଅସ୍ଥାୟୀ କର୍ମଚାରୀ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଜମି ପଟା ଫାଡକୁ ନେଇ ପୁଣି ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ଘଟଣାରେ ତହସିଲ କାର୍ଯ୍ୟାଳୟର…
ପ୍ରେମରେ ବିଫଳ ହେଲା ଯୁବକ , ଆଉ ତାପରେ ….. ପାଲଲହଡ଼ା- ପ୍ରେମ ବ୍ୟାପାରକୁ ନେଇ ପାଲଲହଡ଼ା ଥାନା ସମୁଖରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ତାଙ୍କୁ , ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି…
କୃଷ୍ଣା ମହାନ୍ତି ପାଇବେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର ଅନୁଗୁଳ – ଓଡିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ୨୦୨୩ ବର୍ଷ ପାଇଁ ସମ୍ମାନଜନକ…